ଉପକୂଳ ଅଞ୍ଚଳରେ ଚାଉଳି କୋଳି ଚାହିଦା ବଢୁଛି

ମହାକାଳପଡ଼ା,୧୦ା୪ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଉପକୂଳ ଅଞ୍ଚଳରେ ଚାଉଳି କୋଳିର ଚାହିଦା ବୃଦ୍ଧି ପାଇଛି। ବିଶେଷକରି ଖରାଦିନେ ଏହି କୋଳିକୁ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ଖାଇ ଭୋକ ଓ ଶୋଷ ମେଣ୍ଟାଇଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି କୋଳି ଭାରି ସୁଆଦିଆ। ଏହା କଳା ଅଙ୍ଗୁର ଭଳି ଦେଖିବାକୁ। ଚୈତ୍ରମାସ ଝାଞ୍ଜି ଖରାରେ ଗଛରେ ପେନ୍ଥା ପେନ୍ଥା ହୋଇ ପାଚି ଝୁଲୁଥିବା ଦେଖିବାକୁ ମିଳେ। ସ୍ଥାନୀୟ ଲୋକମାନେ ଏହାକୁ ତୋଳି ବିକ୍ରି କରିଥାନ୍ତି। ଏହା କିଲୋ ପ୍ରତି ୨୫ଟଙ୍କାରୁ ଅଧିକରେ ବିକ୍ରି କରିଥାନ୍ତି। ଏହି କୋଳି ଦେଶୀ ବିଦେଶୀ ପକ୍ଷୀମାନଙ୍କ ମୁଖ୍ୟ ଆହାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷକରି କାଉ, କୋଇଲି, ହଳଦୀବସନ୍ତ, ଭଦଭଦଳିଆ, କାଠହଣା, କୁଣ୍ଡାପଟିକି ଚଢ଼େଇ ସମେତ ଅନ୍ୟ ଜୀବଜନ୍ତୁ ଖାଦ୍ୟ ଭାବେ ଏହାକୁ ଖାଇଥାନ୍ତି।

Share