Categories: ଫୁରସତ

ବୃଦ୍ଧି ପାଉଛି କୋକେନ୍‌ ଚାହିଦା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅଧିକାଂଶ ଯୁବପିଢ଼ି ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ପୋଲିସ ଅନେକ ସମୟରେ ବିଭିନ୍ନ ସ୍ଥାନକୁ ଡ୍ରଗ୍‌ ପଠାଯାଉଥିବାବେଳେ ଲୋକଙ୍କୁ ଧରିଥାଏ। ବ୍ୟବସାୟୀ ବିଭିନ୍ନ ଉପାୟରେ ଡ୍ରଗ୍‌ ସପ୍ଲାଏ କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ କୋକେନ୍‌ ଭଳି ସିନ୍ଥେଟିକ୍‌ ନିଶାଦ୍ରବ୍ୟ ଦ୍ରୁତ, ଶସ୍ତା ଏବଂ ସହଜ ଉତ୍ପାଦନ ସାରା ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି। ଏହା ସମଗ୍ର ବିଶ୍ୱରେ ଡ୍ରଗ୍‌ ବଜାରକୁ ପରିବର୍ତ୍ତନ କରୁଛି। ରବିବାର ମିଳିଥିବା ଜାତିସଂଘର ରିପୋର୍ଟ ଅନୁସାରେ, ଏହା କେବଳ କୋକେନ୍‌ ନୁହେଁ, ମେଥାମଫେଟାମାଇନ୍‌ ଭଳି ଡ୍ରଗ୍‌ କାରବାର ମଧ୍ୟ ପ୍ରତିଷ୍ଠିତ ବଜାର ବାହାରେ ବିସ୍ତାର କରୁଛି। ଏହା ବର୍ତ୍ତମାନ ଆଫଗାନିସ୍ତାନରେ ଉତ୍ପାଦନ ହେଉଛି। ୨୦୨୧ରେ କୋକେନ୍‌ ଚାଷ ସର୍ବାଧିକ ୨୨ ମିଲିୟନ୍‌ ଅର୍ଥାତ୍‌ ୨୨୦ ଲକ୍ଷ ଥିବା ରିପୋର୍ଟରୁ ଜଣାପଡ଼ିଥିଲା। ବର୍ତ୍ତମାନ ସମୟରେ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ମୁତାବକ, କୋକେନ୍‌ ଉତ୍ପାଦନ ଅପେକ୍ଷା କୋକେନ୍‌ ଜବରଦଖଲ ବୃଦ୍ଧି ପାଇଛି। ଜାତିସଂଘ ରିପୋର୍ଟ ମୁତାବକ, ବର୍ତ୍ତମାନ ସମୟରେ ବିଶ୍ୱରେ କୋକେନ୍‌ର ଯୋଗାଣ ଏବଂ ଚାହିଦା ବଢ଼ିବାରେ ଲାଗିଛି। ବିଶ୍ୱରେ କୋକେନ୍‌ ବଜାର ଅଧିକାଂଶ ଆମେରିକା ଏବଂ ୟୁରୋପୀୟ ଦେଶରେ ଦେଖିବାକୁ ମିଳିଛି। ଏହାସହ ଏସିଆ, ଆଫ୍ରିକା ଏବଂ ଦକ୍ଷିଣ-ପୂର୍ବ ୟୁରୋପରେ ମଧ୍ୟ ଏହାର ବଜାର ଥିବା ନିକଟରେ ସ୍ପଷ୍ଟ ହୋଇଛି। ବିଶ୍ୱରେ ଥିବା ମେଥାମଫେଟାମାଇନ୍‌ର ୯୦ ପ୍ରତିଶତ ପୂର୍ବ ଏବଂ ଦକ୍ଷିଣ ପୂର୍ବ ଏସିଆ ଏବଂ ଉତ୍ତର ଆମେରିକାରୁ ଜବତ ହୋଇଥିବା ତଥ୍ୟ ମିଳିଛି। ତଥାପି ପୂର୍ବ ଏବଂ ପଶ୍ଚିମ ଆଫ୍ରିକା ପରି ଅନ୍ୟତ୍ର ଏହି କାରବାର ବୃଦ୍ଧି ପାଉଛି। ଆଫଗାନିସ୍ତାନରେ ମେଥାମଫେଟାମାଇନ୍‌ ସହ ବିଶ୍ୱର ୮୦ ପ୍ରତିଶତ ହେରୋଇନ୍‌ ଉତ୍ପାଦନ ହେଉଥିବା ଜଣାପଡ଼ିଛି।

Share