ଏନ୍‌ଏଚ୍‌ ୪୯ରେ ଅଣ୍ଡର ପାସ୍‌ ନିର୍ମାଣ ଦାବି

କେନ୍ଦୁଝର,୮ା୧୦(ସ୍ବ.ପ୍ର.): କୋଲକାତା-ମୁମ୍ବାଇ ଏନ୍‌ଏଚ୍‌ ୪୯ର ତୁରୁମୁଙ୍ଗା, ଖିରେଇଟାଙ୍ଗିରି ଓ ଚିଲିଦା ନିକଟରେ ଅଣ୍ଡର ପାସ ନିର୍ମାଣ ପାଇଁ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକଦଳ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ଉକ୍ତ ରାସ୍ତାରେ ବହୁ ସଂଖ୍ୟାରେ ଲାଇନ ଟ୍ରକ୍‌ ଚଳାଚଳ କରୁଥିବାରୁ ରାସ୍ତା ପାର୍‌ ହୋଇ ସ୍କୁଲ, କଲେଜ, ଅଫିସ, ହାଟ ବଜାର, ବାଡ଼ି ବଗିଚା ଆଦିକୁ ଯିବା ଆସିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ବୋଲି ରାଧାକାନ୍ତ କହୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମୋହନ ମାଝି, ସୁବ୍ରତ ମହାନ୍ତି, ଅଖିଳ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share