ଜୋରଧରିଲା ବାଲିଗୁଡ଼ା ଜିଲା ଘୋଷଣା ଦାବି

ବାଲିଗୁଡ଼ା,୧୧।୧୨(ଡି.ଏନ୍‌.ଏ.): ବାଲିଗୁଡ଼ାକୁ ଜିଲା ଘୋଷଣା ଦାବି ନେଇ ମିଳିତ ମଞ୍ଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ଏକ ହୋଟେଲରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକହୋଇ ବାଲିଗୁଡ଼ାକୁ ଜିଲା ଘୋଷଣା କରିବାକୁ ଦାବି କରାଯାଇଛି। ବାଲିଗୁଡ଼ା ଜିଲା ଘୋଷଣା ନ ହେବା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଆନ୍ଦୋଳନ ଜାରି ରହିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ପ୍ରଥମେ ଶାନ୍ତିପୂର୍ଣ୍ଣ ଦାବି କରାଯିବ ସହ ଆବଶ୍ୟକ ସ୍ଥଳେ ବାଲିଗୁଡା ବନ୍ଦ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଛି। ଜିଲା ଘୋଷଣା ଦାବି ନେଇ ସମସ୍ତ ବ୍ଲକ, ପଞ୍ଚାୟତରେ ପୋଷ୍ଟର, ବ୍ୟାନର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଦସ୍ତଖତ ଅଭିଯାନ ଆରମ୍ଭ କରିବାକୁ ବୈଠକରେ ସ୍ଥିର କରାଯାଇଛି। ଏପରିକି ପର୍ଯ୍ୟାୟକ୍ରମେ ଦାରିଙ୍ଗବାଡି, କ ନୂଆଗାଁ, ରାଇକିଆ, ଜିଉଦୟଗିରି, ଟିକାବାଲି, ଚକାପାଦ ଆଦି ବ୍ଲକରେ ବୈଠକ କରିବା ନେଇ କୁହାଯାଇଛି।

Share