ନୂଆଁଖାଇରେ ସରକାରୀ ଛୁଟି ଘୋଷଣା ଦାବି: ଆରଡିସିଙ୍କୁ ଚିଠି ଲେଖିଲେ ବିଧାୟିକା

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.): ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ଗଣପର୍ବ। ଏହି ଦିବସକୁ ପୂର୍ବରୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଉଥିବା ବେଳେ ଚଳିତବର୍ଷ ସରକାରୀ ଛୁଟି ଭାବେ ଘୋଷଣା କରାଯାଇନାହିଁ। ଏହାକୁ କେବଳ ପଶ୍ଚିମ ଓଡ଼ିଶାରେ ସ୍ଥାନୀୟ ଛୁଟି ଭାବେ ରଖାଯାଇଛି। ଫଳରେ ଉପକୂଳ ଓଡ଼ିଶା ତଥା ଅନ୍ୟାନ୍ୟ ସ୍ଥାନରେ ରହୁଥିବା ପଶ୍ଚିମ ଓଡିଶାବାସୀ ଏହି ପର୍ବରେ ଖୁସି ମନେଇବା ନେଇ ଆଶଙ୍କା ଦେଖାଯାଇଛି। ଏହି ଦିନ ପଶ୍ଚିମ ଓଡିଶାବାସୀଙ୍କ ସହିତ ଦକ୍ଷିଣ ଛତିଶଗଡର ଲୋକେ ମା’ ସମଲେଇ ଓ ନିଜ ଗ୍ରାମ ଦେବତାଙ୍କୁ ନବାନ୍ନ ଅର୍ପଣ କରି ନୂଆଁଖାଇ ପାଳନ କରିଥାନ୍ତି। ଏଣୁ ନୂଆଖାଇ ପାଳନ ଦିନକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବାକୁ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ସମ୍ବଲପୁର ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଚିଠି ଲେଖି ଦାବି କରିଛନ୍ତି।

Share