ଜିଲା ମାନ୍ୟତା ଦାବି ତେଜିଲା

ଟିଟିଲାଗଡ,୨୪ା୧୧(ଡି.ଏନ.ଏ.): ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ଦାବିରେ ଗୁରୁବାର ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଜିଲା କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ କରାଯାଇଥିବା ବନ୍ଦକୁ ଜନ ସମର୍ଥନ ମିଳିଛି। ବନ୍ଦକୁ ସିନ୍ଧେକେଲା ଓ ସଇଁତଳାରେ ବି ଲୋକେ ସମର୍ଥନ କରିଛନ୍ତି। ବନ୍ଦ ଯୋଗୁ ଏହି ସବୁ ଅଞ୍ଚଳର ଜନଜୀବନ ପ୍ରଭାବିତ ହୋଇଛି। ଯାନବାହାନ ଚଳାଚଳ ବନ୍ଦ ରହିବାରୁ ରାସ୍ତା ଶୂନଶାନ ହୋଇ ଯାଇଥିଲା। ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଡାକବିଭାଗ, ଜୀବନ ବୀମା, ଭାରତୀୟ ଖାଦ୍ୟ ନିଗମ ଅଫିସ, ଦୋକାନ ବଜାର ବନ୍ଦ ରହିଥିଲା। ବାଇକ ଶୋଭାଯାତ୍ରା କରି ବନ୍ଦ ପାଳନକାରୀ ସହର ପରିକ୍ରମା କରିଥିଲେ। ପରେ କୋର୍ଟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପିକେଟିଂ ଯୋଗୁ କୋର୍ଟ କାର୍ଯ୍ୟ ଚାଲି ପାରି ନ ଥିଲା।
ଦୀର୍ଘ ୩୦ବର୍ଷ ଧରି ଟିଟିଲାଗଡ଼ ଜିଲା ଆନ୍ଦୋଳନ ଚାଲି ଆସିଛି। ହେଲେ ଶାସକ ବିଜେଡି ପଦ୍ମପୁର ଉପଖଣ୍ଡକୁ ଜିଲା ମାନ୍ୟତା ଦେବା ପାଇଁ ସବୁଜ ସଙ୍କେତ ଦେବା ପରେ ଟିଟିଲାଗଡ ଉପଖଣ୍ଡବାସୀ ଏବେ ତାଙ୍କ ପୂର୍ବ ସ୍ବରକୁ ଅଧିକ ଶାଣିତ କରିଛନ୍ତି। ଗତ ସପ୍ତାହେ ହେଲା ଟିଟିଲାଗଡ଼ ଜିଲା ଦାବିରେ ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା, ମାନବ ଶୃଙ୍ଖଳ, ସଭାସମିତି ଜରିଆରେ ଆନ୍ଦୋଳନ କୁହୁଳିଛି। ୧୫ ଦିନ ମଧ୍ୟରେ ଜିଲା ଘୋଷଣା ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ପୂର୍ବରୁ ଚେତାବନୀ ଦିଆଯାଇଛି l ଆଜିର ବନ୍ଦରେ ଜିଲା କ୍ରିୟାନୁଷ୍ଠାନ କମିଟି ଆବାହକ ସଞ୍ଜୟ ବେହେରା, ବୀରେନ୍ଦ୍ର ବାଗ, ଓକିଲ ସଂଘ, କାଉନସିଲର ସୁନୀଲ ଆଚାର୍ଯ୍ୟ, ଯାଦବ ସମାଜ ସଭାପତି ଘିନୁ ଆଡ଼ଯୁଆଡ, ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ହରିନାରାୟଣ ମିଶ୍ର, ସମାଜସେବୀ ଅଞ୍ଜଳି ବେହେରା, ପୌରାଧ୍ୟକ୍ଷା ମମତା ଜୈନ, ବିକାଶ ସେନା ସଭାପତି ଅମ୍ଲାନ ଷଡ଼ଙ୍ଗୀ, ଭାଜପା ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ରଣ ପୃଷ୍ଟି, ବିଜେଡି କାଉନସିଲର ସୁଧୀର ଅଗ୍ରୱାଲ, ଦେବାନନ୍ଦ ସାହୁ, ତୁଳସୀ ସାହୁ, ହରି ବହିଦାର ଓ ଟିଟିଲାଗଡ଼ର ବିଭିନ୍ନ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ହୋଇଥିଲେ। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା l


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ବୁଲାଣି ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଛିଟିକି ପଡ଼ି…

ମୋହନା,୧୮।୪ ( ମନ୍ମଥ ମିଶ୍ର ): ଗଞ୍ଜାମ ଜିଲା ମୋହନା ସ୍ଥିତ ଲାଦୃମା ଗାଁ ନିକଟସ୍ଥ ବୁଲାଣି ରାସ୍ତାରେ ଶୁକ୍ରବାର ରାତି ୯ଟାରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image