Categories: ବାଣିଜ୍ୟ

କୃଷିକ୍ଷେତ୍ରରେ ବଢ଼ୁଛି ଡ୍ରୋନ୍‌ ସ୍ପ୍ରେ ଚାହିଦା

ଭୁବନେଶ୍ୱର,୩୦।୧(ଅନୁରାଧା ମହାରଣା): କୃଷି କ୍ଷେତ୍ରରେ ଡ୍ରୋନ ମାଧ୍ୟମରେ ସ୍ପ୍ରେ କରିବାର ଧାରା ଯୋଗୁଁ ଡ୍ରୋନ ପାଇଲଟ ଚାହିଦା ବୃଦ୍ଧି ପାଇଛି। ଯୁବକମାନେ ଡ୍ରୋନ ପାଇଲଟକୁ ଏକ ବୃତ୍ତି ଭାବରେ ବିଚାର କରିବା ଆରମ୍ଭ କରିଛନ୍ତ। କୃଷିର ପରିବର୍ତ୍ତିତ ବ୍ୟବସ୍ଥାରେ ଝିଅମାନେ ମଧ୍ୟ ଏହାକୁ ଗ୍ରହଣ କରୁଛନ୍ତ। ଡ୍ରୋନ ପାଇଲଟଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଡ୍ରୋନ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ଯୁବକ ହରିୟାଣାର ଏକମାତ୍ର ସରକାରୀ ଆରଟିପିଓରୁ ତାଲିମ ନେଇଛନ୍ତି, ସେଥିମଧ୍ୟରୁ ୨୦ ଜଣ ଝିଅ ଅଟନ୍ତି। ହରିୟାଣାରେ ଯୁବକମାନଙ୍କୁ ଦ୍ରଷ୍ଟ୍ୟାଙ୍କ ଦ୍ୱାରା ପରିଚାଳିତ ରିମୋଟ ପାଇଲଟ ଟ୍ରେନିଂ ଅର୍ଗାନାଇଜେସନ (ଆରପିଟିଓ) ରେ ଡ୍ରୋନ ଉଡ଼ାଇବା ପାଇଁ ତାଲିମ ଦିଆଯାଉଛି। ହରିୟାଣା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ରାଜ୍ୟର ୫୦୦ ଯୁବକ କୃଷକଙ୍କୁ ମାଗଣା ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଡ୍ରୋନ ଉଡ଼ାଇବା ପାଇଁ କୃଷକମାନଙ୍କ ପାଇଁ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ୱାରା ଅନୁମୋଦିତ ଆରପିଟିଓରୁ ତାଲିମ ନେବା ବାଧ୍ୟତାମୂଳକ ଅଟେ। କରନାଲର ଫୁସଗଡରେ ଏକ ସରକାରୀ ଆରପିଟିଓ ଅଛି ଯେଉଁଠାରେ ଦେଶର ଯେକୈଣସି ପ୍ରାନ୍ତରୁ ଜଣେ ବ୍ୟକ୍ତି ତାଲିମ ନେଇପାରିବେ। ଡ୍ରୋନ ମାଧ୍ୟମରେ ସାର ଏବଂ ପୋକମରା ଔଷଧ ସ୍ପ୍ରେ କରିବାର ଅନେକ ଲାଭ ରହିଛି। ସମଗ୍ର କ୍ଷେତ୍ରରେ ସମାନ ଅନୁପାତରେ ସ୍ପ୍ରେ କରାଯିବା ସହ ଅପେକ୍ଷାକୃତ କମ୍‌ ସମୟରେ କାର୍ଯ୍ୟ ସମ୍ପାଦନ ହୋଇଥାଏ। କୃଷକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ଡ୍ରୋନ ତାଲିମ ପାଇଁ ବାଧ୍ୟତାମୂଳକ ପାସପୋର୍ଟର ସର୍ତ୍ତ ହଟାଇ ଦେଇଛନ୍ତି। ଯେଉଁଥିପାଇଁ ବର୍ତ୍ତମାନ ଯୁବକମାନଙ୍କ ପାଇଁ ଡ୍ରୋନ ଟ୍ରେନିଂ ପାଇବା ସହଜ ହେବ ବୋଲି ଆଶା କରାଯାଉଛି। ସେହିପରୀ ଡ୍ରୋନ କ୍ରୟ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେବାକୁ ଯୋଜନା କରାଯାଉଛଇ। ଏହି ଡ୍ରୋନର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା, ସେଥିମଧ୍ୟରୁ କେବଳ ୨ ଲକ୍ଷ ଟଙ୍କା ଚାଷୀଙ୍କଠାରୁ ନିଆଯିବ, ୮ ଲକ୍ଷ ଟଙ୍କା ସରକାର ପ୍ରଦାନ କରିବେ।

Share