ବଢୁଛି ଇ-ଯାନ ଚାହିଦା

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢୁଛି। ତୈଳ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କ୍ରୟ ପ୍ରତି ଆଗ୍ରହ ଦେଖାଉଛନ୍ତି। ସହରାଞ୍ଚଳ ପ୍ରଦୂଷଣ ହ୍ରାସ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ଇ- ଯାନକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିିକ ଭେହିକଲ ପଲିସ-୨୦୨୧ କାର୍ଯ୍ୟକାରୀ କରିଛନ୍ତି। ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ରେ ସମୁଦାୟ ପଞ୍ଜୀକୃତ ହୋଇଥିବା ଯାନରୁ ୦.୭୧ ପ୍ରତିଶତ ଇ-ଯାନ ପଞ୍ଜୀକୃତ ହୋଇଥିବା ବେଳେ ୨୦୨୧-୨୨ରେ ଏହା ବୃଦ୍ଧି ପାଇ ୨.୮୧ ପ୍ରତିଶତରେ ପହଞ୍ଚିଛି। ୨୦୨୧-୨୨ରେ ରାଜ୍ୟରେ ମୋଟ ୭ ଲକ୍ଷ ୮ ହଜାର ୫୦୦ ଗାଡି ପଞ୍ଜୀକୃତ ହୋଇଛି। ସେଥିରୁ ୧୪ ହଜାର ୪୧୧ ଇଲେକ୍ଟ୍ରିକ ଭେହିକଲ ରହିଛି। ତେବେ ପଞ୍ଜୀକୃତ ହୋଇଥିବା ଯାନରୁ ୮୦ ପ୍ରତିଶତ ଦୁଇଚକିଆ ଯାନ ରହିଛି ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।
ସରକାରୀ ପ୍ରୋତ୍ସାହନ ଏବଂ ତେଲ ଦର ବୃଦ୍ଧି ଯୋଗୁ ଲୋକମାନେ ଇ-ଯାନ କିଣିବାକୁ ପସନ୍ଦ କରୁଛନ୍ତି। ତେବେ ଏହି ଯାନ ଚାର୍ର୍ଜିଂ ଷ୍ଟେଶନ କରାଗଲେ ବିକ୍ରି ଆହୁରି ବଢ଼ିବ ବୋଲି ସେ କହିଛନ୍ତି। ଗତ ୪ ମାସ ମଧ୍ୟରେ ଯାନ କ୍ରେତାମାନଙ୍କୁ ସବ୍‌ସିଡି ଆକାରରେ ପ୍ରାୟ ୧୫ ଲକ୍ଷ ଟଙ୍କା ଦିଆଗଲାଣି ବୋଲି ସେ କହିଛନ୍ତି।
ଇ-ଯାନ କ୍ରୟ କରିଥିବା ସୁଦର୍ଶନ ସାହୁ କହିଛନ୍ତି ଯେ ଯାନବାହନ ଦାମ ଅଧିକ ରହିଛି। ସରକାର କମ୍ପାନୀଗୁଡ଼ିକୁ ଟିକସ ଛାଡ କଲେ ଦର କମିବ। ସାଧାରଣ ଲୋକ ଏହାକୁ କିଣି ପାରିବେ। ଏହାଛଡ଼ା ଏହି ଯାନକୁ ଚାର୍ଜ କରିବାକୁ କୌଣସି ସୁବିଧା ନାହିଁ। ଗାଡ଼ିର ସୁରକ୍ଷା ନେଇ ମଧ୍ୟ ଆଶଙ୍କା ରହିଛି। ଏସବୁର ସୁବିଧା କରାଗଲେ ଇ-ଯାନ କିଣିବାକୁ ଲୋକଙ୍କ ଆଗ୍ରହ ବଢ଼ିବ।
ଏଠାରେ ସୂଚନାଯୋଗ୍ୟ ଯେ ଇ-ଭେହିକଲକୁ ପ୍ରୋତ୍ସାହନ ଦେବା ସକାଶେ ଇଲେକ୍ଟ୍ରିି ଭେହିକଲ ପଲିସିରେ ସବ୍‌ସିଡି ବ୍ୟବସ୍ଥା ରହିଛି। ୨ ଚକିଆ ପାଇଁ ଯାନ ମୂଲ୍ୟର ୧୫ ପ୍ରତିଶତ ଅର୍ଥାତ୍‌ ୫ ହଜାର ଟଙ୍କା ରିହାତି ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ୩ ଚକିଆ ଯାନ ପାଇଁ ୧୫ ପ୍ରତିଶତ ଓ ସର୍ବାଧିକ ୧୦ ହଜାର ଟଙ୍କା ଏବଂ ୪ ଚକିଆ ଯାନ ପାଇଁ ୫୦ ହଜାର ଟଙ୍କା ରିହାତି ଦେବେ । ୨୦୨୫ ମଧ୍ୟରେ ଯେଉଁମାନେ ଇଲେକ୍ଟ୍ରିକ ଯାନ କିଣିବେ ସେମାନଙ୍କୁ ଉକ୍ତ ରିହାତି ପ୍ରଦାନ କରାଯିବ। ଯେଉଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ ଯାନ ପଞ୍ଜୀକୃତ ହୋଇଥିବ ସେହି ଅଞ୍ଚଳର କ୍ରେତାଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଉକ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ୨୦୨୧ ସେପ୍ଟେମ୍ବର ପହିଲା ପରେ କିଣିଥିଲେ ଉକ୍ତ ସବ୍‌ସିଡି ରାଶି ମିଳିବ ।
ସରକାରୀ କର୍ମଚାରୀମାନଙ୍କ ପାଇଁ ଇ-ଯାନ କ୍ରୟ ସକାଶେ ସରକାର ସୁଧବିହୀନ ଆଡ୍‌ଭାନ୍ସ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ଇ-ଭେହିକଲ କିଣିବେ ତାଙ୍କୁ ବିନା ସୁଧରେ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଆସନ୍ତା ୨୦୨୫ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଡ୍‌ଭାନ୍ସ ଆକାରରେ ଅର୍ଥ ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି କର୍ମଚାରୀଙ୍କୁ ଇଲେକ୍ଟ୍ରିକ ଅପରେଟେଡ ମୋଟର କାର ପାଇଁ ଆଡଭାନ୍ସ ମିଳିବ। ତେବେ ଏହି ଆଡ୍‌ଭାନ୍ସ ଇ-ଯାନ ମୂଲ୍ୟର ୭୫% ଅଥବା ସର୍ବାଧିକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ସେହିପରି ଇଲେକ୍ଟ୍ରିକ ମୋଟରସାଇକେଲ, ସ୍କୁଟର, ସ୍କୁଟି ଇତ୍ୟାଦି ପାଇଁ ରାଜ୍ୟ ସରକାର ଗ୍ରୁପ୍‌-ସି ଓ ଡି କର୍ମଚାରୀଙ୍କୁ ସୁଧବିହୀନ ଆଡଭାନ୍ସ ଯୋଗାଇ ଦେବେ। ଉକ୍ତ ଯାନ କ୍ରୟ ପାଇଁ ମୂଲ୍ୟର ୭୫ ପ୍ରତିଶତ ଅଥବା ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡ୍‌ଭାନ୍ସ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

ନିୟମିତ ହେବେ ୯୨୦୦ କନିଷ୍ଠ ଶିକ୍ଷକ

ଭୁବନେଶ୍ୱର,୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ରାଜ୍ୟରେ କାର୍ଯ୍ୟରତ ୯ ହଜାର ୨୦୦ କନିଷ୍ଠ ଶିକ୍ଷକ ନିୟମିତ ହେବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା...

ଆର୍‌ଆଇ, ଅମିନ ପରୀକ୍ଷା ଅନିୟମିତତା ଘଟଣା: ରିପୋର୍ଟ ମାଗିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର, ୬ା୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର ଓ ଅମିନ ପରୀକ୍ଷାରେ...

ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ...

ଖାତାକୁ ଆସିଲା ଟଙ୍କା

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମହାରାଷ୍ଟ୍ରର ୱାସିମ୍‌ଠାରେ ପିଏମ୍‌ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri