
ପାଟଣା,୨୭ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ଷ୍ଟାଡିୟମ ନିର୍ମାଣ ଖୁବ୍ ଶୀଘ୍ର ସାରିବା ଦାବିରେ ଗୁରୁବାର ସ୍ଥାନୀୟ ଖେଳାଳି ଓ ବୁଦ୍ଧିଜୀବୀ ବିକ୍ଷୋଭ ପ୍ରଦର୍ଶନ କରି ଷ୍ଟାଡିୟମ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ଯୁବକ ଚନ୍ଦ୍ର ମୋହନ ମହାକୁଡ଼, ସରୋଜ କୁମାର ବାରିକ, ଟିକେଶ୍ୱର ନାଏକ, ତ୍ରିଲୋଚନ ବେହେରାଙ୍କ ନେତୃତ୍ୱରେ ମାନସ ରଞ୍ଜନ ନାଏକ, ଫୋନି ନାଏକ, ତପନ ସିଂ, ଦିଲ୍ଲୀପ ନାଏକ, ସୁରେଶ ନାଏକ, ଚିନ୍ମୟ ବାରିକ, ମୁନା ତେଲେଙ୍ଗା, ଶାନ୍ତନୁ ନାଏକ, ବାବୁଲା ବାରିକ, ସେବା ବାରିକ ପ୍ରମୁଖ ସାମିଲ ହୋଇଥିଲେ।