ବସନ୍ତଙ୍କୁ ବିଜେଡିରୁ ବହିଷ୍କାର ଦାବି

ପାରାଦୀପ,୧୪।୯(ଶରତ ରାଉତ):ପାରାଦୀପ ବିଜେଡି ରାଜନୀତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ବିଜେଡିର କାର୍ଯ୍ୟକାରୀ ସଭାପତି କୁମରବର ନାୟକ, ପୂର୍ବତନ ବିଧାୟକ ପ୍ରତିନିଧି ରଶ୍ମିରଞ୍ଜନ ପରିଡ଼ା ଖବରଦାତା ସମ୍ମିଳନୀ କରିଥିଲେ। ଏଥିରେ ସେମାନେ ପାରାଦୀପ ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ବହିଷ୍କାର କରିବାକୁ ଦାବି କରିଛନ୍ତି। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏ ସମ୍ପର୍କିତ ଏକ ଦାବିପତ୍ର ଦିଆଯାଇଛି।