ବରଗଡ,୧୪।୧୧(ପ୍ରେମାନନ୍ଦ ଖମାରୀ): ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ଆନ୍ଦୋଳନ ତେଜିଛି। ରାଜ୍ୟ ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମଙ୍ଗଳବାର ବରଗଡ ଗସ୍ତରେ ଆସିଥିବାବେଳେ ଏହି ଦାବିରେ କୋଶଲ ସେନା ବିରୋଧ ପ୍ରଦର୍ଶନ କରିଛି। ମନ୍ତ୍ରୀ ପାତ୍ର ସ୍ଥାନୀୟ ସର୍କିଟ ହାଉସରୁ ଜିଲ୍ଲାପାଳ ଅଫିସ ଅଭିମୁଖେ ଆସୁଥିବା ବେଳେ ବରଗଡ ଗାନ୍ଧିଛକରେ ମନ୍ତ୍ରୀଙ୍କ କାର୍ ଆଗରେ କୋଶଲ ସେନା ବିରୋଧ ପ୍ରଦର୍ଶନ ସହିତ କୋଶଲ ପ୍ରଦେଶ ଗଠନ ଦାବିରେ ନାରାବାଜି କରିଥିଲେ। ପୋଲିସ କୋଶଲ ସେନା କର୍ମୀମାନଙ୍କୁ ସେଠାରୁ ଅଟକାଇବା ପରେ ମନ୍ତ୍ରୀ ପାତ୍ର ଜିଲାପାଳ ଅଫିସକୁ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ମନ୍ତ୍ରୀ ପାତ୍ର ଭେଡେନ ବ୍ଲକ ଦେକୁଲବା ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ମହୋତ୍ସବରେ ଯୋଗଦାନ କରିଥିଲେ।
Posted inଆମ ଜିଲା ଖବର, ବରଗଡ଼, ରାଜ୍ୟ