Categories: ଜାତୀୟ

କୁକି ଜନଜାତିଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ ଦାବି: ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୭ : ମଣିପୁର ଆଦିବାସୀ ଫୋରମର ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। କୁକି ଜନଜାତିର ସୁରକ୍ଷା ପାଇଁ ଭାରତୀୟ ସେନା ମୁତୟନ କରିବାକୁ ଫୋରମ ନିର୍ଦ୍ଦେଶ ମାଗିଥିଲେ। ସୁପ୍ରିମକୋର୍ଟ କହିଛନ୍ତି, ସେନା ଏବଂ ସାମରିକ ବାହିନୀକୁ କୋର୍ଟ ଏପରି ନିର୍ଦ୍ଦେଶ ଦେବା ଠିକ ନୁହେଁ।

ଏହା ବ୍ୟତୀତ ସୁପ୍ରିମକୋର୍ଟ କହିଛନ୍ତି ମଣିପୁର ନାଗରିକଙ୍କ ଜୀବନ ନିରାପତ୍ତା ପାଇଁ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ କୋର୍ଟ ନିଶ୍ଚିତ ଭାବରେ କେନ୍ଦ୍ର ଏବଂ ମଣିପୁର ରାଜ୍ୟ ଉପରେ ଚାପ ପକାଇବ। ଏଥି ସହିତ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ସମାନତାର ଭାବନା ବଜାୟ ରଖିବାକୁ ସମସ୍ତ ପକ୍ଷଙ୍କୁ ନିବେଦନ କରିଛନ୍ତି। ଯେକୌଣସି ଘୃଣା ଭାଷଣକୁ ଦୂର କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Share