ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ଛତ୍ରପୁର, ୨୫।୩(ଦିଲ୍ଲୀପ ସାମଲ): ଛତ୍ରପୁର ଠାରେ ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ଦାବୀ ହୋଇଛି,ଏନେଇ ଖଲିକୋଟସ୍ଥିତ ଏ.ପି.ଜେ. ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଅନୁରୋଧ କରିଛନ୍ତି,
ଓଡ଼ିଶାର ଅନ୍ୟତମ ବରପୁତ୍ର ତଥା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ କଣ୍ଠଧାର ହେଉଛନ୍ତି ଖଲ୍ଲିକୋଟ ରାଜାବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ତ୍ୟାଗ, ଅବଦାନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଅବିସ୍ମରଣୀୟ । ଏହା ସହ ଗଂଜାମ ଜିଲ୍ଲାରେ ବହୁ ଶିକ୍ଷାନୁଷ୍ଠାନ ନିର୍ମାଣ କରିବା ସହ ଶିକ୍ଷାର ବିକାଶ ଦିଗରେ ତାଙ୍କର ଅବଦାନ ଅତୁଳନୀୟ ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଏବଂ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସଂପର୍କରେ ଇଂଲଣ୍ଡର ଗୋଲଟେବୁଲ ବୈଠକରେ ଯୋଗଦେଇ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ଯାହା ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ହୋଇପାରିଥିଲା । ସେ ୧୯୨୨ ମସିହାରୁ ୧୯୩୭ ମସିହା ପର୍ଯ୍ୟନ୍ତ ଗଂଜାମ ଜିଲ୍ଲା ବୋର୍ଡ଼ ସଭାପତି ରହି ଋଷିକୁଲ୍ୟା, ଘୋଡ଼ାହାଡ଼, ବଡ଼ନଦୀ, ବାହୁଦା, ବଂଶଧାରା, ମହେନ୍ଦ୍ରତନୟା ପ୍ରଭୃତି ନଦୀର ସେତୁ ନିର୍ମାଣ କରାଇ ସୁଖ୍ୟାତି ଅର୍ଜନ କରିଥିଲେ। ବହୁବାର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଭାବରେ ସଫଳତାର ସହ ଦାୟିତ୍ୱ ବହନ କରିଥିଲ, ଏହିଭଳି ଜଣେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗଂଜାମ ଜିଲାର ସଦରମହକୁମା ଛତ୍ରପୁର ଠାରେ ସ୍ଥାପନ କରାଯିବା ପୂଜ୍ୟପୂଜାର ସାର୍ଥକ ଉଦାହରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନବନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସରପଞ୍ଚ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ନବ ନିଯୁକ୍ତ ବିଡିଓ ଅନାମିକା ପାଣ୍ଡେଙ୍କୁ ସମ୍ବର୍ଦ୍ଧନା...

ପୁଅ ବାହାଘର ପୂର୍ବରୁ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ,୨୬।୩(ଅନନ୍ତ ପଟେଲ): ମହୁଲ ଗୋଟାଇବାକୁ ଯାଇଥିବା ବେଳେ ସ୍ତ୍ରୀ’କୁ ପଥରରେ ଛେଚି ହତ୍ୟା କଲେ ସ୍ୱାମୀ। ଏଭଳି ଅମାନବୀୟ କାଣ୍ଡ ଘଟିଛି ସୁନ୍ଦରଗଡ ଜିଲା ତଳସରା...

ମନ୍ଦିର ଭିତରେ ଗହଳି ଦେଖି ଲୁଟୁଥିଲେ ସୁନା ଅଳଙ୍କାର, ଏବେ ଧରା ପଡ଼ିଲେ ମହିଳା ଗ୍ୟାଙ୍ଗ୍‌

ବ୍ରହ୍ମପୁର,୨୬ା୩: ବ୍ରହ୍ମପୁରର ଏକ ମହିଳା ଲୁଟେରା ଗ୍ୟାଙ୍ଗକୁ ବୁଧବାର ଧରିଛି ପୋଲିସ॥ ବୈଦ୍ୟନାଥପୁର ଥାନା ପୋଲିସ ଦ୍ବାରା ୬ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ...

ବସ୍‌କୁ ଚଢ଼ିବା ସମୟରେ ଖସିପଡ଼ିଲେ ଯୁବକ

ହିଞ୍ଜିଳିକାଟୁ,୨୬ା୩(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଚାଳକମାନଙ୍କ ମନଇଛା ଗାଡ଼ି ରଖିବା ଓ ଯାତ୍ରୀ ଉଠାଇବା ପ୍ରତିଯୋଗିତା କାରଣରୁ ବୁଧବାର ଗୋଡ଼...

ମହିଳାଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୬ା୩(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ଗ୍ରାମରେ ୨୦୨୩ ଜାନୁଆରୀ ୮ରେ ଜଣେ ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରିୟା...

ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ସମନ୍ବୟ ଲୋଡ଼ା

ଭଞ୍ଜନଗର,୨୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଉଁଶଲୁଣ୍ଡି...

ଓଲଟିଲା ଗାଡ଼ି, ଲୋକେ ନେଇଗଲେ କୁକୁଡ଼ା

ବଡ଼ଗାଁ,୨୬।୩(ଅଶୋକ ଷଡ଼ଙ୍ଗୀ)-ବଡ଼ଗାଁ ଷ୍ଟେଟବ୍ୟାଙ୍କ ନିକଟ ରାଜ୍ୟ ରାଜପଥରେ ମଙ୍ଗଳବାର ସକାଳେ ଦୁର୍ଘଟଣାରେ ଏକ କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଗାଡ଼ି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ...

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ, ସାବତ ବାପା ଗିରଫ

କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ)-ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଅଭିଯୁକ୍ତ ସାବତ ବାପାଙ୍କୁ ଗିରଫ କରି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image