ନ୍ୟାୟ ଦାବିରେ ଆମରଣ ଅନଶନ

ହାଟଡିହୀ,୧୩l୨(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ସଙ୍ଗମ ଗ୍ରାମର ଦୁଇ ପରିବାର ନ୍ୟାୟ ପାଇଁ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଛନ୍ତି l ଏହି ଅନଶନ ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି l ଗତ ଶୁକ୍ରବାର ମଧ୍ୟାହ୍ନରୁ ଏହି ଅନଶନ ଆରମ୍ଭ ହୋଇଥିଲା l ବିଳମ୍ବିତ ରାତିରେ ସୋସୋ ପୋଲିସ ପହଞ୍ଚି ଅନଶନକାରୀଙ୍କୁ ଜୋରଜବରଦସ୍ତ ଉଠାଇବାକୁ ଉଦ୍ୟମ କରିବା ଏବଂ ସାଧା କାଗଜରେ ଦସ୍ତଖତ କରିବାକୁ ଚାପ ପକାଇଥିବା ଅନଶନକାରୀ ପ୍ରକାଶ କରିଛନ୍ତି l
ସୂଚନା ଯୋଗ୍ୟ, ସଙ୍ଗମ ଗ୍ରାମର ସୁମିତ୍ରା ପାତ୍ର ଓ ରମ୍ଭା ପାତ୍ରଙ୍କ ବାଡ଼ିରେ କିଛି ଲୋକ ପଶି ତାଙ୍କ ଗଛକୁ ଜୋର ଜବରଦସ୍ତ କାଟିବା ସହ ଆକ୍ରମଣ କରିଥିଲେ l ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା l କିନ୍ତୁ କୌଣସି ନ୍ୟାୟ ନ ମିଳିବାରୁ ପରିବାର ଲୋକେ ଅନଶନ ପନ୍ଥା ଗ୍ରହଣ କରିଥିଲେ l ଗତ ୨୯ ଜାନୁୟାରୀ ଏବଂ ୨ ଫେବୃୟାରୀରେ ଏହି ଘଟଣା ଘଟିଥିଲା l

Share