ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା

ଭବାନୀପାଟଣା,୨ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସାଡିଙ୍ଗତରା ଗ୍ରାମରୁ ଗତ ୨୫ ତାରିଖରେ ୨୫ କୁଇଣ୍ଟାଲ ଆମ୍ରପାଲି ଆମ୍ବ ଦୁବାଇକୁ ରପ୍ତାନି ହୋଇଥିଲା। ସାଡିଙ୍ଗତରା ଗ୍ରାମର ମହିଳା ଆମ୍ବ ଚାଷୀ ଶ୍ରଦ୍ଧାଞ୍ଜଳି ମାଝିଙ୍କଠାରୁ ଏହି ଆମ୍ବକୁ ଫାପ୍‌ ଗ୍ରୁପ ଓ ଇସାନ ଟ୍ରେଡର କ୍ରୟ କରି ଦୁବାଇକୁ ରପ୍ତାନି କରିଥିଲା। ଏହାପରେ ସୋମବାର ଜିଲାର ଏମ୍‌ ରାମପୁର ବ୍ଲକର ଚାଷୀଙ୍କଠାରୁ ୭ କୁଇଣ୍ଟାଲ ଭେଣ୍ଡି, ପୋଟଳ ଦୁବାଇକୁ ରପ୍ତାନି ହୋଇଛି। ଏହାକୁ ନେଇ ଜିଲାର ପରିବା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଏମ୍‌ ରାମପୁର ବ୍ଲକର ଚାଷୀଙ୍କଠାରୁ ନାବାର୍ଡ ଦ୍ୱାରା ଗଠିତ ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ ସାଢେ ୫ କୁଇଣ୍ଟାଲ ଭେଣ୍ଡି ଓ ଦେଢ କୁଇଣ୍ଟାଲ ପୋଟଳ ସଂଗ୍ରହ କରି ଦୁବାଇକୁ ରପ୍ତାନି କରିଛି। ଭୁବନେଶ୍ୱର ବିମାନବନ୍ଦର ଏୟାର କାର୍‌ଗୋ ମାଧ୍ୟମରେ ଦୁବାଇକୁ ଏହିସବୁ ପନିପରିବା ରପ୍ତାନୀ କରାଯାଇଛି। ଉତ୍ତେଇଭେଲି କୃଷକ ଉପତ୍ାଦକ ସଂଗଠନ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗର ପାଲାଡିୟମ୍‌ ଏଜେନ୍ସି ସହାୟତାରେ ଏହି ପନିପରିବା ଦୁବାଇ ପଠାଯାଇଛି। ଆଗାମୀ ଦିନରେ ଏଭଳି ପନିପରିବା ଓ ଫଳମୂଳର ବିଦେଶରେ ଚାହିଦା ଅଧିକ ଥିବାରୁ ଉପତ୍ାଦକ କମ୍ପାନୀ ମାଧ୍ୟମରେ ରପ୍ତାନିର ସୁଯୋଗ ସୃଷ୍ଟି ହୋଇପାରିବ।

ଏଥିପାଇଁ ଚାଷୀମାନଙ୍କୁ ଉନ୍ନତ ମାନର ପନିପରିବା ଓ ଫଳମୂଳ ଉପତ୍ାଦନ କରିବାରେ ପ୍ରଶିକ୍ଷଣ ଦେବା ଲାଗି ଉପତ୍ାଦକ କମ୍ପାନି ଲକ୍ଷ୍ୟ ରଖିଛି। ଏ ନେଇ ଜିଲା ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କିଶୋର ମହାଲିଙ୍ଗ କହନ୍ତି, ଦୁବାଇରେ କଳାହାଣ୍ଡିର ଫଳମୂଳ, ପନିପରିବାର ଚାହିଦା ରହିଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବ ପରେ ଏବେ ଭେଣ୍ଡି, ପୋଟଳ ପଠାଯାଇଥିବାରୁ ବିଦେଶ ରପ୍ତାନି ପାଇଁ ବାଟ ଖୋଲିଛି। ଏହାଦ୍ୱାରା ଚାଷୀମାନେ ଉତ୍ସାହିତ ହେବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଷ ପିଇଦେଲେ ଶାଳୀ, ଭିଣୋଇ

ବେହେରା, ୪ା୭(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କୋକସରା ଥାନା ପଲସପାଣି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ...

ଶୌଚ ପାଇଁ ଯାଇଥିଲେ: ଭାଲୁ ହାବୁଡ଼ରେ ପଡ଼ି ଅବସ୍ଥା ସଙ୍କଟାପନ୍ନ

କୋକସରା,୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଉଛୁଳା ପଞ୍ଚାୟତ ନୂଆଗୁଡା ଗ୍ରାମରେ ଗୁରୁବାର ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ...

ପାନୀୟଜଳ ସମସ୍ୟା ଦୂରହେବା ଆଶା ଉଜ୍ଜୀବିତ

କେସିଙ୍ଗା,୩ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ପରଲସିଙ୍ଗା ଗ୍ରାମ ପଞ୍ଚାୟତବାସୀ ପାନୀୟଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ଆପତ୍ତି ଅଭିଯୋଗ ପରେ...

ଗୋଟିଏ ଦିନରେ ଅବସର ନେଲେ ୪ ମୁଖ୍ୟ ଅଧିକାରୀ

ଏମ.ରାମପୁର,୩୦।୬(ଶଶୀଭୂଷଣ ପ୍ରହରାଜ): ଗୋଟିଏ ଦିନରେ ରବିବାର ଏକା ଥରକେ ୪ଜଣ ମୁଖ୍ୟ ଅଧିକାରୀ, ଅଧିକାରିଣୀ ଅବସର ନେଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା ଏମ.ରାମପୁର...

ଗୁଳି ମାଡ଼ରେ ମା’ ମୃତ, ଝିଅ ଗୁରୁତର

ଭବାନୀପାଟଣା,ଥୁଆମୂଳ ରାମପୁର ୩୦।୬ (ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ରଣପୁର ଗ୍ରାମରେ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ଦୁର୍ବୁତ୍ତଙ୍କ...

ମାମଲା ରଫାଦଫା ପାଇଁ ନେଇଥିଲେ ଲାଞ୍ଚ: ଏଏସ୍‌ଆଇଙ୍କୁ ଜେଲ ଦଣ୍ଡ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା କେଗାଁ ଥାନାରେ ୨୦୧୭ରେ ଏକ ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ମାମଲାର ଚୂଡାନ୍ତ ରାୟ ଗୁରୁବାର ଭବାନୀପାଟଣା...

ଧୋଇଗଲା ପୋଲ, ରାସ୍ତା

ଥୁଆମୂଳରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ସାମାନ୍ୟ ବର୍ଷରେ ବେହାଲ ହୋଇପଡ଼ିଛି। କେଉଁଠି ପୋଲ ଧୋଇ ନେଇଛି ତୋ...

ବ୍ରିଜ୍‌ କାର୍ଯ୍ୟ ଅଧାରୁ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କ ଚିଠି

କର୍ଲାମୁଣ୍ଡା,୨୨ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାଠାରୁ ରିଞ୍ଜା ଯାଇଥିବା ଆର୍‌.ଡି ରାସ୍ତାର ସରବରାହ ଜୋରଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଟେଣ୍ଡର ଜରିଆରେ ଜନୈକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri