Posted inଜାତୀୟ

ଆସୁଛି ନିର୍ବାଚନ: ବଢିଲା ହେଲିକପ୍ଟର ଚାହିଦା, ଘଣ୍ଟାପ୍ରତି ଭଡ଼ା ଏତିକି ଟଙ୍କା

ନୂଆଦିଲ୍ଲୀ,୧୦।୩: ନିର୍ବାଚନ ତାରିଖ ଘୋଷଣା ନ ହେବା ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହି ସ୍ଥିତିରେ ଘରୋଇ ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଚାହିଦା ମଧ୍ୟ ବଢିବ ବୋଲି ଆଶା କରାଯାଉଛି। ପୂର୍ବ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ୪୦ ପ୍ରତିଶତ ବିମାନ ଚାହିଦା ବଢ଼ିପାରେ ବୋଲି ଶିଳ୍ପ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଚାର୍ଟର୍ଡ ବିମାନ ଅପେକ୍ଷା ହେଲିକପ୍ଟର ଚାହିଦା ଅଧିକ ରହିବ। କାରଣ ହେଲିକପ୍ଟର ଯୋଗେ ନେତାମାନେ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଖୁବ୍‌ କମ୍‌ ସମୟରେ ପହଞ୍ଚି ପାରିବେ। ନିର୍ବାଚନ ବେଳେ ଚାହିଦା ବୃଦ୍ଧି ଯୋଗୁ କେତେଜଣ ନେତା ଚାର୍ଟର୍ଡ ବିମାନ ଏବଂ ହେଲିକପ୍ଟର ଲିଜ୍‌ରେ ନେବେ ବୋଲି କୁହାଯାଉଛି। ଗୋଟିଏ ଚାର୍ଟର୍ଡ ବିମାନର ଘଣ୍ଟାପ୍ରତି ଭଡ଼ା ୪.୫ରୁ ୫.୨୫ ଲକ୍ଷ ଟଙ୍କା ହୋଇଥିବା ବେଳେ ହେଲିକପ୍ଟର ଭଡ଼ା ୧.୫ ଲକ୍ଷ ଟଙ୍କା ରହିଛି।

ଘରୋଇ ବିମାନ ଓ ହେଲିକପ୍ଟର ଚାହିଦା ପୂର୍ବ ନିର୍ବାଚନ ତୁଳନାରେ ୩୦ରୁ ୪୦ ପ୍ରତିଶତ ବଢ଼ିବ ବୋଲି ବିଜିନେସ୍‌ ଏୟାରକ୍ରାଫ୍ଟ ଅପରେଟର୍ସ ଆସୋସିଏଶନ୍‌ର ପରିଚାଳନା ନିର୍ଦ୍ଦେଶକ କ୍ୟାପ୍‌ଟେନ୍‌ ଆର୍‌.କେ. ବାଲି କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ୧୧୨ ନନ୍‌-ସିଡ୍ୟୁଲ୍‌ ଅପରେଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କାଶ୍ମୀର ଆକ୍ରମଣ ପରେ ସାଉଦୀ ଗସ୍ତ ଅଧାରୁ ଫେରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିଏ ଆଜି ପୂର୍ବାହ୍ନରେ ଦୁଇ ଦିନିଆ ଗସ୍ତରେ ସାଉଦୀ ଆରବ ପହଞ୍ଚିଥିଲେ, ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡିଲା ଟିଣ

ଉମରକୋଟ,୨୨।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ହୋଇଛି। ବର୍ଷା ହୋଇ ନ ଥିଲେ ମଧ୍ୟ ଭୀଷଣ ପବନ...

ପହଲଗାମ ଆକ୍ରମଣ ଉପରେ ଭାରତ ସପକ୍ଷରେ ଟ୍ରମ୍ପଙ୍କ ବଡ ବୟାନ

ନୂଆଦିଲ୍ଲୀ,୨୨।୪: ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋର ଦେଇ କହିଛନ୍ତି, ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ...

ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା...

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ହତ୍ୟା: ୨୮ ଗିରଫ

ପଦ୍ମପୁର,୨୨।୪ (ପ୍ରଶାନ୍ତ କୁମାର କର): ଆଜିର ଆଧୁନିକ ଯୁଗରେ ଏବେ ବି ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା ପରି ବୀଭତ୍ସକାଣ୍ଡ ଘଟାଇବାକୁ ପଛାଉନାହାନ୍ତି। ଏହାର...

ଟ୍ରଲିବ୍ୟାଗ୍‌ରୁ ମିଳିଲା ଓଠ ସିଲ୍‌ ଥିବା ଯୁବତୀଙ୍କ ମୃତଦେହ

କୋଲକାତା,୨୨।୪: କୋଲକାତା ଉପକଣ୍ଠ ବାଗୁଇହାଟିର ଏକ ରାସ୍ତା ପାର୍ଶ୍ୱରେ ପଡ଼ିରହିଥିବା ଟ୍ରଲିବ୍ୟାଗ୍‌ରୁ ଜଣେ ଯୁବତୀଙ୍କ ଓଠ ସିଲ୍‌ ହୋଇଥିବା ମୃତଦେହ ମିଳିଛି। ସୋମବାର ରାତିରେ କେହି...

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ପହଲଗାମ ଆତଙ୍କ: ମୋଦିଙ୍କୁ ଆତଙ୍କବାଦୀଙ୍କ ଧମକ, ଭାରତ ପାଇଁ ଏହାର ଅର୍ଥ କ’ଣ?

ନୂଆଦିଲ୍ଲୀ,୨୨।୪: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୨୬ ଜଣ ପର୍ଯ୍ୟଟକ ନିହତ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image