ପୁନଃ ଭୋଟଗଣତି ଦାବିରେ ଧାରଣା

ସିମୁଳିଆ, ୧।୩(ଡି.ଏନ.ଏ.) – ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ସିମୁଳିଆ ବ୍ଲକର ୪୦ନଂ. ଜୋନ ମାର୍କୋଣା ପଞ୍ଚାୟତର ଭୋଟ୍‌ ଗଣନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ପୁନଃ ଭୋଟ ଗଣନା ଦାବିରେ ସୋମବାର ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ବେହେରା ଓ ସମିତିସଭ୍ୟା ପ୍ରାର୍ଥତ୍ନୀ ଦୀପାଲି ସାହୁ ନିଜ ସମର୍ଥକଙ୍କ ସହିତ ଭୋଟଗଣନା କେନ୍ଦ୍ର ସିମୁଳିଆ କଲେଜ ଫାଟକ ନିକଟରେ ଧାରଣାରେ ବସିଥିଲେ। ଅପରାହ୍ନରେ ପିଡ଼ି ରବୀନ୍ଦ୍ର ସାହୁ ପହଞ୍ଚତ୍ ସିମୁଳିଆ ଥାନା ଅଧିକାରୀ ଜୟନ୍ତ କୁମାର ବେହେରା, ତହସିଲଦାର ରବିନାରାୟଣ ସାହୁ, ନିର୍ବାଚନ ଅଧିକାରୀ ତଥା ବିଡିଓ ସୁଧୀର କୁମାର ସିଂଙ୍କ ସହିତ ଖବର ଲେଖାଯିବା ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଛନ୍ତି ା
ବ୍ଲକର ହେଡ଼କ୍ୱାର୍ଟର୍ସ ରୂପେ ମାର୍କୋଣା ପଞ୍ଚାୟତ ଗୁରୁତ୍ୱ ବହନ କରେ। ଏହି ପଞ୍ଚାୟତର ୧୩ ୱାର୍ଡ଼ରେ ୫୫୧୦ଜଣ ଭୋଟର ଅଛନ୍ତି ା ତେବେ ଚଳିତ ନିର୍ବାଚନରେ ୪୨୬୬ଜଣ ମତଦାତା ସେମାନଙ୍କର ମତଦାନ କରିଥିଲେ ା ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ବେହେରା ପୁନଃ ପ୍ରାର୍ଥୀ ରୂପେ ନାମାଙ୍କନପତ୍ର ଦାଖଲ କରି ନିର୍ବାଚନ ଲଢିବା ସହିତ ୨୦୫୩ଖଣ୍ଡ ଭୋଟ ପାଇଥିବା ଦର୍ଶାଯାଇଥିଲା। ତାଙ୍କ ବିପକ୍ଷରେ କମଳାକାନ୍ତ ନାୟକ ଅଧିକ ୧୬ଖଣ୍ଡ ଭୋଟ ଅର୍ଥାତ ୨୦୬୯ ଖଣ୍ଡ ପାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା ା ସେହିପରି ଜିଲା ପରିଷଦ ପ୍ରାର୍ଥୀ ରୂପେ ଦୀପାଲି ସାହୁ ୧୯୩୧ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ବିପକ୍ଷରେ ସ୍ବପ୍ନାଲିସା ବେହେରା ଅଧିକ ୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ତେବେ ୨୬ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ୪୦ନଂ. ଜୋନ ଅଧୀନ ୧୦ଟି ପଞ୍ଚାୟତର ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇ ୨୭ତାରିଖ ସକାଳ ୮ଟାରେ ଶେଷ ହୋଇଥିଲା। ତେବେ ଶେଷ ପର୍ଯ୍ୟାୟରେ ମାର୍କୋଣା ପଞ୍ଚାୟତର ପାଳି ପଡିବା, ଭୋଟ ଗଣନାକେନ୍ଦ୍ର ମଧ୍ୟରେ ଦଳୀୟ ଭାଜପାର ନେତୃତ୍ୱ ନେଉଥିବା ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ବସିବା, ତାଲିକାରେ ନ ଥିବା କର୍ମଚାରୀଙ୍କୁ ଗଣତି ଡ୍ୟୁଟିରେ ପକାଯିବା ଏପରିକି ପୁନଃ ଗଣତି ପାଇଁ ସେହିଦିନ ସକାଳ ୮ଟା ୩୦ମି. ମଧ୍ୟରେ ବିଡିଓଙ୍କୁ ଦିଆଯାଇଥିବା ଦରଖାସ୍ତକୁ ବିଡିଓ ୧୦ଟାରେ ପାଇଥିବା ଲିଖିତ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ା ଏ ସମ୍ପର୍କରେ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାରଙ୍କୁ ପଚାରିବାରୁ ପୂର୍ବତନ ମନ୍ତ୍ରୀ ଭିତରକୁ ପଶି ବସିପଡିଥିବା କହିଥିଲେ। ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଇନ ଅନୁସାରେ ଯାହା କିଛି କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା