Advertisement

ଯୋଡ଼ା,୨୮ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ୨୬ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତି ସଭ୍ୟଙ୍କ ଭୋଟ ଗଣତି ଶେଷ ହୋଇଯାଇଛି। ଶନିବାର କେନ୍ଦ୍ରରେ ଭୋଟ ଗଣତି ସମୟରେ ଜଣେ ପୋଲିସ ଅଧିକାରୀ ବେଆଇନ ହସ୍ତକ୍ଷେପ କରିଥିବାରୁ ପୁନଃ ଭୋଟ ଗଣତି କରିବାକୁ ନିର୍ବାଚନ ଅଧିକାରୀଙ୍କ ଠାରେ ଭଦ୍ରାସାହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାସନ୍ତୀ ନାଏକ ଦାବି କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଭୋଟ ଗଣତି କେନ୍ଦ୍ରରେ ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ଅନଧିକାର ପ୍ରବେଶ କରି ବାଲାଟ ପେପରକୁ ଏପଟ ସେପଟ କରିଥିଲେ। ଏଥିରେ ତାଙ୍କ ଏଜେଣ୍ଟ ମାନେ ବିରୋଧ କରିବାରୁ ସେମାନଙ୍କୁ ବାହାରିଯିବା ପାଇଁ ସେ ଧମକ ଦେଇଥିଲେ। ଯାହା ଫଳରେ ସେ ୬ଟି ଭୋଟରେ ହାରି ଯାଇଥିବା ଦର୍ଶାଇ ପୁନଃ ଗଣତି ପାଇଁ ନିବେଦନ କରିଛନ୍ତି। ବଡ଼ବିଲ ଆଇଆଇସି ଦାସ ଏବିଷୟରେ କିଛି ଜାଣି ନ ଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel