ରୂପ୍ସା,୨୯ା୧(ଡି.ଏନ୍.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମେଡିକାଲ ଅଫିସର ଡା. ବିନୟ କୁମାର ଦାସ ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅଲ୍ ଓଡ଼ିଶା ଆୟୁଷ ଡାକ୍ତର ସଂଘ ନିଷ୍ପତ୍ତିକ୍ରମେ ଆୟୁଷ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରଣ କରା ନ ଗଲେ ଆସନ୍ତା ୩୧ରୁ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। ଆୟୁଷ ଡାକ୍ତର ଅସିତ କୁମାର ପ୍ରଧାନ, ଡା. ସୁକାନ୍ତି ସାହୁ, ଡା. ପଦ୍ମାଳୟା ବେହେରା, ଡା.ଜୟସ୍ମିତା ଦାସ, ଡା.ମଧୁସ୍ମିତା ପ୍ରଧାନ,ଡା. ନମିତାବାଳା ବାରିକ ପ୍ରମୁଖ ମେଡିକାଲ ଅଫିସରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଲୋଚନା କରିଥିଲେ।