ବରଗଡ଼,୪ା୯: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଅଫ୍ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ଛାତ୍ର କଂଗ୍ରେସ (NSUI) ଏବଂ ବରଗଡ଼ ଜିଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ ବିରୋଧ କରିଛିନ୍ତି। କରୋନା ସଂକ୍ରମଣ ବଢ଼ି ଚାଲି ଥିବାବେଳେ ଅଫ୍ଲାଇନ ନୁହେଁ, ଅନ୍ଲାଇନ ମାଧ୍ୟମରେ ପରୀକ୍ଷା ହେଉ ବୋଲି ଦାବି ହୋଇଛି। ଏହି ଦାବିରେ ଶୁକ୍ରବାର ପୂର୍ବାହ୍ନରୁ ବରଗଡ଼ ଗାନ୍ଧୀଛକରେ ଛାତ୍ର କଂଗ୍ରେସ ଓ ରାଜୀବ ଗାନ୍ଧୀ ଛାତ୍ର ଫୋରମର ଗୌରବ ପତି, ଅଭିଷେକ ନାୟକ, ପରେଶ ସୁନା ଏବଂ ନିହାର ବେହେରା ଆନ୍ଦୋଳନରେ ବସିଛନ୍ତି । କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ, ନିପନ କୁମାର ଦାଶ, ବ୍ରହ୍ମା ମହାକୁଡ଼, କୋସଲ ସେନାର ସୁଶାନ୍ତ କୋସଲି ପ୍ରମୁଖ ଆନ୍ଦୋଳନସ୍ଥଳୀରେ ପହଞ୍ଚି ସମର୍ଥନ ଜଣାଇଛନ୍ତି।