ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ଡିଭିଜନ ମାନ୍ୟତା ଦାବି, ପୂରଣ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ

ପାଟଣା,୮ା୯(ବୀରକିଶୋର ଦାଶ):  ରାଜ୍ୟରେ କେତୋଟି ନୂଆ ସବ୍‌ଡିଭିଜନ ଖୋଲା ଯିବା ନେଇ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏସଂକ୍ରାନ୍ତରେ ୬୪ଟି ଦାବିପତ୍ର ହସ୍ତଗତ ହୋଇଥିବା ଗୃହକୁ ସୂଚନା ଦେବା ପରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ଏଥିରେ ସାମିଲ କରିବାକୁ ଦାବି ଜୋର ଧରିଛି।

ଏନେଇ ପାଟଣା ସହରପଡ଼ା ବିକାଶ ମଞ୍ଚ ପକ୍ଷରୁ ରବିବାର ପାଟଣା ବ୍ଲକ ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବମନ୍ଦିର ପରିସରରେ ଦଳମତ ନିର୍ବିଶେେରେ ଅଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି, ବିରୋଧୀଦଳ ନେତା, ବୁଦ୍ଧିଜୀବୀ, ଯୁବନେତା,ବରିଷ୍ଠ ନାଗରିକ ଓ ରାଜନେତା ଏକାଠି ହୋଇ ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ଡିଭିଜନ ଘୋଷଣା କରିବାକୁ ଅଣ୍ଟା ଭିଡିଛନ୍ତି। ଏନେଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପରେ ବିଭିନ୍ନ ଫୋରମ୍‌ରେ ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏନେଇ ଆହୂତ ସଭା ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ସବଡିଭିଜନ ମାନ୍ୟତା ପାଇଁ ତାଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଉପସ୍ଥିତି ପାଟଣା ଓ ସାହାରପଡ଼ା ବ୍ଲକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଏହା ଏକ ଦୀର୍ଘ ମିଆଦୀ ଲଢେଇ। ଦାବି ହାସଲ ନ ହେବା ପର୍ଯ୍ୟନ୍ତ ନିସ୍ତାର ନାହିଁ ବୋଲି କହିଥିଲେ।

ଏଥିରେ ସାମାଜିକ କର୍ମୀ ଅଜୟ କୁମାର ଦାଶ, ଯୁବନେତା ବିଜୟ ରତ୍ନ ପତି,ଭାଜପା ନେତା ରାଧାକାନ୍ତ ମହାନ୍ତ, କମଳା କାନ୍ତ ଦାଶ, କଂଗ୍ରେସ ନେତା ଇଂ ବିନୋଦ ବିହାରି ନାଏକ, ପୂର୍ବତନ ସାହାରାପଡା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ରବି ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ସାହାର ପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ, ୨୩ ନମୱର୍‌ ଜୋନ ଜିଲା ପରିଷଦ ରୁନୁ ମହାନ୍ତ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ପାର୍ଥ ସାରଥୀ ବେଜ ସଂଯୋଜନା କରିଥିଲେ। ବିଜୟ ରତ୍ନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଯୁଗଳ କିଶୋର ଦାଶ ଧନ୍ୟବାଦ ଦେଇଥିଲେ। ସଭା ଆରମ୍ଭରେ ଅରୁଣ କୁମାର ମିଶ୍ର ବିଭୂ ବନ୍ଦନା କରିଥିଲେ। ଆଗାମୀ ଦିନରେ ଏନେଇ ଏକ ପ୍ରତିନିଧି ମଣ୍ଡଳୀ ବିଧାୟକ ନାୟକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।