ସ୍ୟୁ ଚୀଙ୍କ ସମେତ ଜେଲରେ ଥିବା ଅନ୍ୟ ନାଗରିକଙ୍କ ମୁକ୍ତି ଦାବି…

ଜେନେଭା/ନାପିଦ୍ୱ,୨୨।୧୨ : ମ୍ୟାନମାରରେ ଚାଲିଥିବା ମାନବିକ ଅଧିକାର ସଙ୍କଟ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରଥମ ପ୍ରସ୍ତାବ ନିଆଯାଇଛି। ମନଇଚ୍ଛା ଗିରଫ ହୋଇଥିବା ନାଗରିକମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ମ୍ୟାନମାର ସସେନା ଶାସକ ଜୁଣ୍ଟାକୁ କୁହାଯାଇଛି। ପ୍ରସ୍ତାବରେ ପ୍ରମୁଖ ନେତା ଅଙ୍ଗ ସାନ ସ୍ୟୁ ଚୀ ଏବଂ ପୂର୍ବତନ ରାଷ୍ଟ୍ରପତି ୱିନ ମାଇଣ୍ଟଙ୍କୁ ମୁକ୍ତ କରିବାକୁ ଅନୁରୋଧ କରାଯାଇଛି।

 

ଉଲ୍ଲେଖନୀୟ କଥା ହେଉଛି, ୟୁଏନଏସସିର ଅଧ୍ୟକ୍ଷତା ଏହି ମାସରେ ଭାରତ ପାଖରେ ରହିଛି। ଏହି ଅବସରରେ ବ୍ରିଟେନ ମ୍ୟାନମାର ସମ୍ବନ୍ଧରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯେଉଁଥିରେ ଭୋଟ ଦିଆଯାଇଥିଲା। ଏହି ପ୍ରସ୍ତାବ ସମ୍ପର୍କରେ ୟୁଏନଏସସିର ୧୨ ଜଣ ସଦସ୍ୟ ହିଂସାକୁ ତୁରନ୍ତ ବନ୍ଦ କରି ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ଏଥି ସହିତ, ତିନିଜଣ ସଦସ୍ୟ ରୁଷିଆ, ଚାଇନା ଏବଂ ଭାରତ ଏହି ପ୍ରସ୍ତାବ ଉପରେ ଭୋଟ ଦେବାରେ ଭାଗ ନେଇ ନାହାଁନ୍ତି।

ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ କହିଛନ୍ତି ଯେ ମ୍ୟାନମାରରେ ହୋଇଥିବା ରକ୍ତପାତକୁ ରୋକିବା ପାଇଁ ଏହି ନିଷ୍ପତ୍ତି ଏକ ପଦକ୍ଷେପ। ତଥାପି, ଏହା ବିଷୟରେ ଅନେକ କିଛି କରିବାକୁ ବାକି ଅଛି। ଅନ୍ୟପକ୍ଷରେ ଚାଇନା ରାଷ୍ଟ୍ରଦୂତ ଝାଙ୍ଗ ଜୁନ କହିଛନ୍ତି ଯେ ମ୍ୟାନମାର ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ନାହିଁ।

 

Share