କେନ୍ଦୁଝର ବଜାରରେ ପଶ୍ଚିମବଙ୍ଗ ଫୁଲର ଚାହିଦା

କେନ୍ଦୁଝର,୧୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ କେନ୍ଦୁଝର ବଜାର ରାସ୍ତା କଡରେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲ ଓ ମାଳ ଦେଖିବାକୁ ମିଳିଛି।  ଏହି ମାଳ ୧୦ରୁ ୨୦ ଟଙ୍କା ହିସାବରେ ବେପାରୀମାନେ ରାସ୍ତା କଡ଼ରେ ଛିଡ଼ା ହୋଇ ବିକ୍ରି କରୁଛନ୍ତି। ଲୋକେ ଆଗ୍ରହର ସହ ଏହାକୁ କିଣୁଛନ୍ତି।   କନ୍ଦୁଝରରେ ଫୁଲର ଅଭାବ ଯୋଗୁ ପଶ୍ଚିମବଙ୍ଗ ଫୁଲର ଚାହିଦା ବଢ଼ିଛି।
ସେହିପରି ଚାଇନା ଲାଇଟ, ଦୀପର ଚାହିଦା ଲୋକାଲ ମାଟି ଦୀପଠାରୁ ଅଧିକ ରହିଛି। ଫଳରେ ସ୍ଥାନୀୟ ମାଟି କାରିଗର ଚିନ୍ତାରେ  ରହିଛନ୍ତି।
Share