ଗଣଧାରଣା ପାଇଁ ବିଡିଓଙ୍କୁ ଦାବିପତ୍ର

ମୋରଡ଼ା,୨୧ା୯(ସ୍ମାରକ ମାଜୀ): ଚଳିତ ମାସ ୨୨ ତାରିଖରୁ ବିଧାନସଭା ସମ୍ମୁଖରେ ଏସ୍‌.ଇ.ଏମ୍‌ମାନେ କର ବା ମର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡ଼ିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ ସଂଘ ଡାକରା ଦେଇଛି। କାର୍ଯ୍ୟରତ ନଳକୂପ ମିସ୍ତ୍ରୀ ଓ ପମ୍ପ୍‌ଚାଳକମାନଙ୍କୁ ସର୍ବନିମ୍ନ ମଜୁରି ମାସିକ ୧୮ ହଜାର ଟଙ୍କା ପ୍ରଦାନ,ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ ଓ଼ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ମିସ୍ତ୍ରୀ, ପମ୍ପ୍‌ ଚାଳକଙ୍କ ପରିବାରଙ୍କୁ ଅନ୍ୟୁନ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ଆଦି ଦାବି ନେଇ ଗଣଧାରଣା ଡାକରା ଦେଇଛି ସଂଘ।
ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରେ ସାମିଲ ହୋଇ ଗଣଧାରଣା ଦେବା ପାଇଁ ମୋରଡ଼ା ବ୍ଲକର ୨୦ଟି ପଞ୍ଚାୟତରେ କାର୍ଯ୍ୟରତ ମିସ୍ତ୍ରୀ ଓ ପମ୍ପ୍‌ଚାଳକ ମୋରଡା ବିଡିଓ ଜୟକୃଷ୍ଣ ପାତ୍ରଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି। ତେଣୁ ଚଳିତ ମାସ ୨୨ ତାରିଖରୁ ବ୍ଲକରେ କାର୍ଯ୍ୟରତ ସମସ୍ତ ନଳକୂପ ମିସ୍ତ୍ରୀ ଓ ପମ୍ପଚାଳକ କାର୍ଯ୍ୟ ବନ୍ଦ କରିବେ ବୋଲି ସୂଚନା ।