୧୦ ସ୍ଥାନରେ ରେଲଓ୍ବେ ପୁଶିଂ ବ୍ରିଜ ନିର୍ମାଣ ନେଇ ଡିଆରଏମ୍‌ଙ୍କୁ ଦାବିପତ୍ର

କୋରାପୁଟ,୧୬ା୩(ଅମିତାଭ ବେହେରା): କୋରାପୁଟ ରେଲଓ୍ବେ ଅଧୀନରେ ଥିବା ୩ଟି ବ୍ଲକର ୧୦ଟି ସ୍ଥାନରେ ପୁଶିଂ ବ୍ରିଜ ନିର୍ମାଣ ପାଇଁ ଆଜି ଡିଆରଏମ୍‌ଙ୍କୁ ରବିବାର ସ୍ଥାନୀୟ ଷ୍ଟେଶନଠାରେ ସାକ୍ଷାତ କରି ପୂର୍ବତନ ବିଧାୟକ ନିମାଇଁ ସରକାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଶାଖାପାଟଣା ରେଳ ଡିଭିଜନର ଡିଆରଏମ ଲଳିତ ବୋରାଙ୍କ ରବିବାର କୋରାପୁଟ ଗସ୍ତ ବେଳେ ନନ୍ଦପୁର ବ୍ଲକର ନାରୀଗାଁରେ ୩ଟି, ଡାର୍ଲିପୁଟରେ ୨ଟି, ଲମତାପୁଟ ବ୍ଲକର ପାଳିବା, କୋରାପୁଟ ବ୍ଲକର ତିଆଡ଼ିପୁଟ, ଘାଟ ମୁନ୍ଦାର, ଗିଞ୍ଜିରୀଗୁଡ଼ା ଏବଂ ମୂଷିଲାଗୁଡ଼ାଠାରେ ପୁଶିଂ ବ୍ରିଜ ନିର୍ମାଣ କରିବାକୁ ଦାବି କରିଛନ୍ତ। ପୁଶିଂ ବ୍ରିଜ ନ ଥିବାରୁ ଅଞ୍ଚଳବାସୀ ରେଳ ଲାଇନକୁ ବିପଦସଂକୁଳ ଭାବେ ପାରି ହେଉଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ତେଣୁ ରେଲଓ୍ବେ ବିଭାଗ ପକ୍ଷରୁ ତୁରନ୍ତ ଉପରୋକ୍ତ ୧୦ଟି ସ୍ଥାନରେ ପୁଶିଂ ବ୍ରିଜ ନିର୍ମାଣ କରାଯାଉ ବୋଲି ଏହି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଡିଆରଏମ୍‌ ମଧ୍ୟ ଏହି ଦାବିପତ୍ର ଗ୍ରହଣ କରିବା ପରେ ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନରେ ଶୁଟିଂ ରାତିରେ ଖେଳ: ଭଲିବଲ ଖେଳିଲେ ନିର୍ଦ୍ଦେଶକ ରାଜମୌଲି

କୋରାପୁଟ,୧୮।୩(ଅମିତାଭ ବେହେରା ): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତଳମାଳି ପର୍ବତରେ ତେଲୁଗୁ ସୁପରଷ୍ଟାର ମାହେଶ ବାବୁଙ୍କ ଫିଲ୍ମ ଶୁଟିଂ ଚାଲୁରହିଛି। ପାନ ଇଣ୍ଡିଆ...

ଦୃଷ୍ଟିବାଧିତଙ୍କ ପାଇଁ ଖୁସିଖବର: କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ

କଟକ,୧୮।୩: କଟକରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ଦୃଷ୍ଟିବାଧିତ ବିଶ୍ବବିଦ୍ୟାଳୟ। ଜାପାନର ସୁକୁବା ବିଶ୍ବବିଦ୍ୟାଳୟ ଢାଞ୍ଚାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବ । ସନ୍ଥକବି ଭୀମଭୋଇଙ୍କ...

ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରାଯାଉ: ଆଉଟ ସୋର୍ସିଂ କର୍ମଚାରୀ ମହାସଂଘର ଚେତାବନୀ

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ): ଆଉଟ ସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ଦରମା, ଛଟେଇ ପ୍ରକ୍ରିୟାକୁ ବନ୍ଦ କରିବା ସହ ପୂର୍ବ ସରକାରଙ୍କ ନିଷ୍ପତ୍ତି ତୁରନ୍ତ...

ସଂସଦରେ ଜିଲାର ହକ୍‌ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କଲେ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

କେନ୍ଦୁଝର,୧୮।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ସୋମବାର ସଂସଦରେ ରେଳ ବିଭାଗ ସମ୍ପର୍କିତ ଜିଲାର ହକ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି।...

ଗଞ୍ଜେଇ କାରବାରରେ ୮ ଗିରଫ, ପରିବାର ଲୋକେ ୪ ଘଣ୍ଟା ରାସ୍ତାରୋକ ସହିତ ଥାନା ଘେରାଉ

ମୋହନା,୧୮।୩( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ହାଡୁ ପଦର ଗ୍ରାମର କିଛି ଘରେ ପୋଲିସ ଚଢାଉ କରି...

ପ୍ରେମିକାଙ୍କ ଘର ଆଗରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ପ୍ରେମିକ

ନୟାଗଡ଼,୧୮।୩(ଲୋକନାଥ ମିଶ୍ର): ପ୍ରେମରେ ହୋଇଥିଲେ ବିଫଳ। ପ୍ରେମିକାଙ୍କ ଦୁଇ ଭଉଣୀ ଗାଳି ଗୁଳଜ କରି ମରିଯିବାକୁ କହିବାରୁ ପ୍ରେମିକ ଜଣକ ଦେହରେ ପେଟ୍ରୋଲ ଢାଳି ନିଆଁ...

ଛାତ୍ରୀଙ୍କୁ ଅସଦାଚରଣ କରି ଫସିଲେ ଅର୍ଥନୀତି ବିଭାଗର ଅଧ୍ୟାପକ, ହେଲେ ଗିରଫ

ବରୀ,୧୮।୩(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ ଅଧିନସ୍ଥ ଅଭିମନ୍ୟୁ ସାମନ୍ତ ସିଂହାର ମହାବିଦ୍ୟାଳୟର ଜୈନକା ଛାତ୍ରୀଙ୍କୁ ଅର୍ଥନୀତି ବିଭାଗର ଅଧ୍ୟାପକ ବିଦ୍ୟାଧର ଧଳ ଅସଦାଚରଣ କରିଥିବା ଅଭିଯୋଗ...

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image