କେନ୍ଦୁଝର,୩ା୨(ସ୍ବ.ପ୍ର.): ଯୁକ୍ତ ଦୁଇପରୀକ୍ଷା ବାତିଲ ଦାବିରେ ଅଲ୍ ଓଡ଼ିଶା ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଛାତ୍ରୀଛାତ୍ର ସ୍ଥାନୀୟ ଗାନ୍ଧୀ ଛକରେ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି। ଫଳରେ ଯାତାୟାତ ବ୍ୟାହତ ହୋଇଛି। ଏଥିରେ ଜିଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି। ପୂର୍ବରୁ ଏହି ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ର ଧାରଣା ଦେଇଥିଲେ।