ଭଦ୍ରକ ଅଫିସ,୧୧।୨: ଗୁରୁବାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ବାସଗୃହ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଛି। ଏହି ଧାରଣା ଆଗାମୀ ଦିନରେ ଜିଲାର ଅନ୍ୟ ବିଧାୟକଙ୍କ ବାସଗୃହ ସମ୍ମୁଖରେ ଦିଆଯିବ ବୋଲି କୁହାଯାଇଛି। ଜିଲାବାସୀଙ୍କ ବୃହତ ସ୍ବାର୍ଥକୁ ବିଧାୟକମାନେ ସରକାରଙ୍କ ପାଖରେ ଠିକ୍ ଭାବେ ଉପସ୍ଥାପନ କରୁ ନ ଥିବା ଅଭିଯୋଗ କରି ଭଦ୍ରକ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଛି। ଏହି ପ୍ରତୀକ ଧାରଣା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଆନ୍ଦୋଳନାତ୍ମକ ପନ୍ଥା ଜାରି ରହିବ ବୋଲି କୁହାଯାଇଛି।