Categories: ଜାତୀୟ

ମୁଲାୟମଙ୍କୁ ଭାରତରତ୍ନ ଦେବାକୁ ଉଠିଲା ଦାବି: ଏସ୍‌ପି ଅଫିସ୍‌ ବାହାରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ,୧୧।୨: ୨୦୨୪ରେ ପାଞ୍ଚ ଜଣ ବ୍ୟକ୍ତିତ୍ୱଙ୍କ ଭାରତରତ୍ନ ଦେବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଅନେକ ନେତା ଏହାକୁ ବିରୋଧ କରିଥିଲେ ଏବଂ ଅନେକ ଏହାକୁ ସ୍ବାଗତ କରିଥିଲେ। ତେବେ ବର୍ତ୍ତମାନ ମୁଲାୟମ ସିଂ ଯାଦବଙ୍କୁ ଭାରତ ରତ୍ନ ଦେବା ନେଇ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଲଗାଯାଇଛି। ମୁଲାୟମଙ୍କୁ ଭାରତରତ୍ନ ଦେବାକୁ ଦାବି ଉଠିଛି। ଏହି ପୋଷ୍ଟରକୁ ଏସପି ଯୁବ ନେତା ଅବଦୁଲ ଅଜିମ ଲଗାଇଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ଚ ଚୌଧୁରୀ ଚରଣ ସିଂ ଏବଂ କୃଷି ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଫେସବୁକରେ ପୋଷ୍ଟ କରି ପୁରସ୍କାର ଘୋଷଣା କରିଛନ୍ତି। ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜନନାୟକ କର୍ପୁରୀ ଠାକୁର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏଲ.କେ ଆଡଭାନୀଙ୍କ ପାଇଁ ଭାରତରତ୍ନ ପୁରସ୍କାର ଘୋଷଣା କରିଥିଲେ। ତେଣୁ ବର୍ତ୍ତମାନ ଏସପି ନେତାଙ୍କ ଠାରୁ ମୁଲାୟମ ସିଂ ଯାଦବଙ୍କୁ ଭାରତରତ୍ନ ଦେବା ପାଇଁ ଦାବି ଆରମ୍ଭ ହୋଇଛି।

 

Share