Posted inଜାତୀୟ

ସି୨+୫୦% ସୂତ୍ରରେ ଏମ୍‌ଏସ୍‌ପି ଲାଗୁ କରିବାକୁ ଏସ୍‌କେଏମ୍‌ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ। ଏହା ଚାଷୀମାନଙ୍କ ସ୍ବାର୍ଥ ବିରୋଧୀ। ମୁଖ୍ୟ ଦାବିଗୁଡ଼ିକରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏଭଳି ପ୍ରସ୍ତାବ ଦେଇଥିବା କହି ଏସ୍‌କେଏମ୍‌ ଏହାର ସମାଲୋଚନା କରିଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ଇସ୍ତାହାରରେ ଦେଇଥିବା ପ୍ରସ୍ତୁତି ଅନୁଯାୟୀ ଉପରୋକ୍ତ ଫସଲ ସମେତ ମୋଟ ୨୩ଟି ଫସଲ କ୍ରୟ ଉପରେ ଏମ୍‌ଏସ୍‌ପିରେ ଆଇନଗତ ଗ୍ୟାରେଣ୍ଟି ଦିଆଯିବାକୁ କୃଷକ ସଂଗଠନ କହିଛି। ବର୍ତ୍ତମାନର ପ୍ରଚଳିତ ଏ୨+ଏଫ୍‌ଏଲ୍‌+୫୦% ସୂତ୍ର ପରିବର୍ତ୍ତେ ସ୍ବାମୀନାଥନ କମିଶନଙ୍କ ସୂତ୍ର ସି୨+୫୦% ଏମ୍‌ଏସ୍‌ପି ଲାଗୁ କରାଯିବା ଉପରେ କୃଷକ ସଂଗଠନ ଜୋର୍‌ ଦେଇଛି। ଏ୨+ଏଫ୍‌ଏଲ୍‌+୫୦% ସୂତ୍ର ହେଲା କୃଷକ ଚାଷକାର୍ଯ୍ୟରେ ଖର୍ଚ୍ଚ କରିଥିବା ମୋଟ ଅର୍ଥ, ନିଜ ପରିବାରର ଶ୍ରମ ସହିତ ଅଧିକ ୫୦ ପ୍ରତିଶତ ମିଶାଇ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା। ସେହିପରି ସି୨+୫୦% ସୂତ୍ର ହେଉଛି କୃଷିରେ ବ୍ୟୟ ଅର୍ଥ, ପରିବାର ସଦସ୍ୟଙ୍କ ଶ୍ରମ, ଜମିର ଭଡ଼ା, ନିଜ ପୁଞ୍ଜିର ସୁଧ ସହ ଅଧିକ ୫୦ ପ୍ରତିଶତ ମିଶାଇ ଏମ୍‌ଏସ୍‌ପି ଧାର୍ଯ୍ୟ କରିବା। ଏହା ବ୍ୟତୀତ କୃଷକମାନଙ୍କ ଅନ୍ୟାନ୍ୟ ଦାବିଗୁଡ଼ିକ ପୂରଣ କରାଯିବା ପାଇଁ ଏସ୍‌କେଏମ୍‌ କହିଛି।
ରବିବାର ରାତିରେ କେନ୍ଦ୍ରମନ୍ତ୍ରୀ ଏବଂ କୃଷକ ନେତାମାନଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନାରେ ସରକାରଙ୍କ ପକ୍ଷରୁ ୫ ବର୍ଷ ପାଇଁ ସରକାରୀ ଏଜେନ୍ସି ଦ୍ୱାରା ଏମ୍‌ଏସ୍‌ପିରେ ଡାଲି, ମକା ଏବଂ କପା କିଣିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ପ୍ରସ୍ତାବ ଉପରେ ଅନ୍ୟ ଚାଷୀମାନଙ୍କ ସହିତ ଆଲୋଚନା କରାଯିବା ସହ କୃଷି ଏବଂ ଆଇନ ବିଶେଷଜ୍ଞମାନଙ୍କ ପରାମର୍ଶ ନିଆଯିବ। ଏହା ପରେ କେନ୍ଦ୍ରକୁ ନିଷ୍ପତ୍ତି ଜଣାଇ ଦିଆଯିବ ବୋଲି ରବିବାର ରାତିରେ କୃଷକ ସଂଗଠନ କହିବା ସହ ଦିଲ୍ଲୀ ଚଲୋ ଅଭିଯାନ ୨୧ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି କହିଥିଲା। ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ସହ ସ୍ବାମୀନାଥନ୍‌ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ କରିବା, କୃଷକ ଓ କୃଷି ଶ୍ରମିକଙ୍କୁ ପେନ୍‌ସନ, କୃଷିଋଣ ଛାଡ଼, ବିଦ୍ୟୁତ୍‌ ଦେୟ ନ ବଢ଼ାଇବା, ୨୦୨୧ ଲଖ୍‌ମୀପୁର ଖେରି ମାମଲାରେ ପୋଲିସ ମାମଲା ପ୍ରତ୍ୟାହାର କରିନେବା ସହ ନ୍ୟାୟ ପ୍ରଦାନ କରିବା, ଭୂ-ଅଧିଗ୍ରହଣ ଆଇନ, ୨୦୧୩ ପୁନର୍ବାର ଲାଗୁ କରିବା ଏବଂ ୨୦୨୦-୨୧ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀ ପରିବାରଗୁଡ଼ିକୁ କ୍ଷତିପୂରଣ ଦେବା ଆଦି ଦାବି ନେଇ କୃଷକ ସଂଗଠନଗୁଡ଼ିକର ଆହ୍ବାନରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଥିଲା। ହରିୟାଣା ପୋଲିସ୍‌ ଚାଷୀମାନଙ୍କୁ ଆଗକୁ ଯିବାକୁ ନ ଦେବାରୁ ସେମାନେ ପଟିଆଲା ଜିଲାର ଶମ୍ଭୁ ସୀମାରେ ଅଟକି ରହିଛନ୍ତି। କୃଷକ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ୩ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ରବିବାର ରାତିରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏନ୍‌ସିସିଏଫ୍‌, ନାଫେଡ୍‌ ଏବଂ ଭାରତର କଟନ କର୍ପୋରେଶନ ଭଳି ସମବାୟ ସଂସ୍ଥା ଆଇନଗତ ଚୁକ୍ତି ସ୍ବାକ୍ଷର କରି ଚାଷୀମାନଙ୍କଠାରୁ ଡାଲି, ମକା ଓ କପା ଫସଲ ଆଗାମୀ ୫ ବର୍ଷ ପାଇଁ ଏମ୍‌ଏସ୍‌ପିରେ କିଣିବେ ବୋଲି ସରକାର ପ୍ରସ୍ତାବ ଦେଇଥିବା ବୈଠକ ଶେଷରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଥିଲେ। କୃଷକ ନେତାମାନେ ଏହା ଉପରେ ସୋମବାର ଓ ମଙ୍ଗଳବାର ଆଲୋଚନା କଲା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଥିଲେ। ସୋମବାର ବିଭିନ୍ନ କୃଷକ ୟୁନିୟନର ନେତାମାନଙ୍କ ସହ ଆଲୋଚନା ପରେ କେନ୍ଦ୍ରର ଦାବିକୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପ୍ରତ୍ୟାଖ୍ୟାନ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

ଓଟିଟିରେ ଆସିବ ତମାଖୁ ନିରୋଧୀ ବିଜ୍ଞାପନ

ନୂଆଦିଲ୍ଲୀ,୨୨ା୯: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓଭର ଦି ଟପ୍‌ (ଓଟିଟି) ପ୍ଲାଟ୍‌ଫର୍ମଗୁଡ଼ିକରେ ତମାଖୁ ନିରୋଧୀ ସ୍ବାସ୍ଥ୍ୟ ସଚେତନତା ବିଜ୍ଞାପନ ଦେବା ପାଇଁ ପ୍ରସ୍ତାବ ଆଣିଛି। ଯଦି...

କାର୍ଯ୍ୟରେ ଯୋଗଦେଲେ ଜୁନିୟର ଡାକ୍ତର: ଓପିଡି କରିବେ ନାହିଁ, ୭ ଦିନ ପୁଣି ଅପେକ୍ଷା…

କୋଲକାତା,୨୧ା୯: କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି କରି ୪୨ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ...

ଆମେରିକାରେ ପହଞ୍ଚିଲେ ମୋଦି, ଦେଖାଇଲେ ଭାରତୀୟ ସଂସ୍କୃତି, ହାତଯୋଡି କଲେ ନମସ୍କାର…

ଓ୍ବାଶିଂଟଡ଼୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଆମେରିକାରେ ପିଏମ ମୋଦି କ୍ୱାଡ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ।...

ରାହୁଲଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ : ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ…

ଜମ୍ମୁ,୨୧ା୯: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଭାଜପା ଏବଂ ଆର୍‌ଏସ୍‌ଏସ୍‌ର ନେତାମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ତାଙ୍କୁ ଧମକ ଦିଆଯାଉଛି।...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri