କଲରଙ୍ଗୀ କ୍ରୋମାଇଟ ମାଇନ୍ସ ଖୋଲିବାକୁ ଦାବି

ଯାଜପୁର ଅଫିସ,୨୦ା୩ : ଶିଳ୍ପପତି, କର୍ପୋରେଟ ହାଉସ, ଖଣି ମାଲିକ, ଠିକାଦାର, ମନ୍ତ୍ରୀ, ବିଧାୟକଙ୍କଠୁ ଆରମ୍ଭକରି ବଡ଼ ଅଫିସର ପର୍ଯ୍ୟନ୍ତ ବିଭିନ୍ନ ଖଣିରୁ ବିପୁଳ ଟଙ୍କା ହଡପ କଲେଣି। ଶାହା କମିଶନ ସୁପାରିଶକୁ ମଧ୍ୟ ଅଣଦେଖା କରାଯାଇଛି। ଏପରି କି ହାଇକୋର୍ଟ, ଜଙ୍ଗଲ ଓ ପର୍ଯ୍ୟାବରଣ କେନ୍ଦ୍ରୀୟ ବିଭାଗକୁ କାହାରି ଖାତିର ନାହିଁ ବୋଲି ଶ୍ରମିକ ନେତା ମାୟାଧର ନାୟକ ପ୍ରକାଶ କରିଛନ୍ତି। ଏକ ପ୍ରେସ୍‌ ଇସ୍ତାହାରରେ ସେ ଆହୁରି ଦର୍ଶାଇଛନ୍ତି, ବିଧାନସଭାରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଖଣି ନିଗମ ବେଆଇନ ଖନନ ପାଇଁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଦେଇଛି। କିନ୍ତୁ ଖଣି ଶ୍ରମିକ ଓ କର୍ମଚାରୀଙ୍କ କେହି ଆଡ ଆଖିରେ ଚାହଁୁ ନାହଁାନ୍ତି କି ଆଦୌ ଖାତିର କରୁନାହଁାନ୍ତି। ୨୨ ବର୍ଷ ହେଲା କଲରଙ୍ଗୀ କ୍ରେମାଇଟ ମାଇନ୍ସକୁ ମିଛଟାରେ ଚକ୍ରାନ୍ତକାରୀ ଜଣେ ନେତା ଓ ଜଣେ ନିଶାସକ୍ତ ଖଣିନିଗମ ଅଫିସରଙ୍କୁ ଧରି କେନ୍ଦ୍ରକୁ ରିପୋର୍ଟ ପଠାଇଦେଲେ। ଫଳରେ ବନ୍ୟଜନ୍ତୁ ସଂରକ୍ଷଣ ଆଇନରେ କଲରଙ୍ଗୀ ଖଣି ଖନନକୁ ବନ୍ଦ କରିଦେଲେ। ଶ୍ରମିକମାନଙ୍କ ଦୃଢ ପ୍ରତିବାଦରେ ଖଣି ନିଗମ ବାଧ୍ୟ ହୋଇ ୩ ବର୍ଷ ଦରମା, ବୋନସ ଓ ଅନ୍ୟାନ ସୁବିଧା ଦେଇ ଚାଲିଲେ। ପୁଣି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଖଣିନିଗମ ହଠାତ ଶ୍ରମିକଙ୍କ ପାଉଥିବା ପ୍ରାପ୍ୟକୁ ବନ୍ଦ କରିଦେଲେ। ଶ୍ରମିକମାନଙ୍କୁ ଯୋଡା ଖଣି ଜୋନକୁ ବଦଳି କଲେ। ଏ ନେଇ ସୁକିନ୍ଦା ଉପତ୍ୟକା ମାଇନ୍ସ ୱାର୍କର୍ସ ୟୁନିୟନ ସାଧାରଣ ସମ୍ପାଦକ ହାଇକୋର୍ଟର ଦ୍ୱାରସ୍ଥ ହେଲେ। ହାଇକୋର୍ଟଙ୍କ ପକ୍ଷରୁ ଖଣି ଶ୍ରମିକମାନେ କେବଳ ପାଖାପାଖି ୮ କିଲୋମିଟର ଦୂର ପର୍ଯ୍ୟନ୍ତ ବଦଳି ହୋଇପାରିବେ ବୋଲି ରାୟ ଶୁଣାଇଲେ। ହାଇକୋର୍ଟଙ୍କ ଆଦେଶକୁ ଖଣିନିଗମ ଭ୍ରୂକ୍ଷେପ କଲେନାହିଁ। ବାଧ୍ୟ ହୋଇ କେତେଜଣ ଶ୍ରମିକ ଯୋଡା-ବଡବିଲ ଯାଇ ଅସ୍ବାସ୍ଥ୍ୟକର ପରିବେଶରେ ରୋଗାକ୍ରାନ୍ତ ହୋଇ ଫେରିଆସିଲେ। ପୁନଃଶ୍ଚ ୟୁନିୟନ ପକ୍ଷରୁ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିବେଦନ କରାଗଲା। ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମୁଖ୍ୟ ସଚିବ ୬ ମାସରେ ଖଣି ଖୋଲି ଶ୍ରମିକମାନଙ୍କୁ କାମ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଏ ନିର୍ଦ୍ଦେଶନାମାକୁ ଓଏମ୍‌ସି ମଧ୍ୟ ଖାତିର କଲାନାହିଁ। ସେଇ ୨୦୦୧ରୁ ଆଜି ପର୍ଯ୍ୟନ୍ତ ଯେତେ ନେହୁରା, କାକୁତିମିନତି କଲେ ବି କଲରଙ୍ଗୀ ଖଣି ଶ୍ରମିକମାନଙ୍କ ଦୁଃଖକୁ କେହି ବୁଝୁନାହଁାନ୍ତି। କଲରଙ୍ଗୀ ଖଣିକୁ କ୍ଲୋଜର ନୋଟିସ ଦିଆଯାଇନାହିଁ। ତେଣୁ ପୂର୍ବରୁ ୩ ବର୍ଷ ଦେଇଆସୁଥିବା ମାସିକ ପ୍ରାପ୍ୟ ଭଳି ୨୨ ବର୍ଷର ପ୍ରାପ୍ୟ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖଣିଆଇନ ଅନୁଯାୟୀ ଶ୍ରମିକଙ୍କ ଦେବା କଥା। କିନ୍ତୁ ଏହି ଆଇନକୁ ମଧ୍ୟ ଦବେଇ ଦିଆଯାଇଛି। ଖଣି ଶ୍ରମିକମାନେ କ୍ରୋଧରେ ଜଳୁଛନ୍ତି। ଏବେ କଲରଙ୍ଗୀ କ୍ରୋମାଇଟ ଖଣି ଶ୍ରମିକମାନେ ମରି ମରି ବଞ୍ଚିଛନ୍ତି। ତେଣୁ ଉକ୍ତ ଖଣି ଖନନ ପୁଣି ଆରମ୍ଭ କରିବା ସହ ସମ୍ପୃକ୍ତ ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଏବଂ ମୃତ ଶ୍ରମିକଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବାକୁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଶ୍ରମିକ ନେତା ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

ବିଇଏମ୍‌ସି ବୈଠକରେ ପ୍ରବଳ ହଟ୍ଟଗୋଳ: ରାସନ କାର୍ଡ ମହିଳା କର୍ମଚାରୀଙ୍କୁ ଘେରିଲେ କର୍ପୋରେଟର

ବ୍ରହ୍ମପୁର,୨୨ା୧୧(ସ୍ମୃତି ରଂଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ଶୁକ୍ରବାର ସାଧାରଣ ବୈଠକରେ କର୍ପୋରେଟରଙ୍କ ପ୍ରବଳ ହଟ୍ଟଗୋଳ ହୋଇଛି। ବୈଠକରେ ନିଗମର ରାସନ କାର୍ଡ ଓ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri