Categories: ଜାତୀୟ

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ଭୁଲ ପଦକ୍ଷେପ: ଦେବ ଗୌଡା…

ନୂଆଦିଲ୍ଲୀ,୬।୬ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା ମଙ୍ଗଳବାର ଭାଜପା ସରକାରଙ୍କ ଦ୍ୱାରା ଓଡ଼ିଶାର ଟ୍ରେନ ଦୁର୍ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଟ୍ରେନ ଦୁର୍ଘଟଣା ପରେ କରାଯାଇଥିବା ଉଦ୍ଧାର କାର୍ଯ୍ୟ ପାଇଁ ସେ ରେଳ ମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଜନତା ଦଳ (ଧର୍ମନିରପେକ୍ଷ) ମୁଖ୍ୟ ଦେବ ଗୌଡା କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁର୍ଘଟଣାର କ୍ଷୟକ୍ଷତିର ପୁନରୁଦ୍ଧାର ତଥା ଶୀଘ୍ର ମରାମତି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରେଳମନ୍ତ୍ରୀ ସର୍ବୋଚ୍ଚ କାର୍ଯ୍ୟକାରିତା ପ୍ରଦାନ କରିଛନ୍ତି। ଏହା ପରେ ମଧ୍ୟ ତାଙ୍କର ଇସ୍ତଫା ଦାବି କରିବା ଭୁଲ ପଦକ୍ଷେପ ଅଟେ।

କର୍ନାଟକ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ବିରୋଧୀଙ୍କୁ ଏକଜୁଟ କରିବା ପ୍ରଶ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହୁଁ। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ଧ୍ୟାନ ପୌରପରିଷଦ ତଥା ପଞ୍ଚାୟତ ନିର୍ବାଚନ ଉପରେ ରହିଛି। ତୃଣମୂଳ ସ୍ତରରେ ଆମେ ପୁଣିଥରେ ଆମ ଦଳକୁ ମଜବୁତ କରୁଛୁ।

ଜେଡି (ଏସ) ନେତା ଏଚଡି କୁମାରସ୍ବାମୀ ଅନ୍ୟ ରାଜନୈତିକ ଦଳକୁ ସେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯଦି ଜାତୀୟ ଦଳ ଭାବନ୍ତି ଜେଡି (ଏସ) ସମାପ୍ତ ହୋଇଛି, ତେବେ ସେମାନେ ଦିନରେ ସ୍ବପ୍ନ ଦେଖୁଛନ୍ତି। ଆମେ ଆମର ପାର୍ଟିର ସଂଗଠନକୁ ସୁଦୃଢ଼ କରୁଛୁ। ଭବିଷ୍ୟତରେ କଂଗ୍ରେସ ପ୍ରଶାସନ କିପରି ହେବ ମୁଁ ଜାଣେ। ମୁଁ ଜାଣେ ପ୍ରଶାସନ କେତେ ଭଲ ଶାସନ ଦେଇପାରେ। କଂଗ୍ରେସ ମଧ୍ୟ ଭାଜପାର ପଦାଙକ୍କ ଅନୁସରଣ କରି କାମ କରୁଛି। କଂଗ୍ରେସ ଭାଜପା ସରକାରଙ୍କ ବ୍ୟବସ୍ଥାରେ ପରିବର୍ତ୍ତନ କରିପାରିବ ନାହିଁ। ୨୦୨୪ରେ ଭାଜପା ସହ ମିଳିତ ହେବା ପ୍ରଶ୍ନରେ ସେ କହିଛନ୍ତି ବର୍ତ୍ତମାନ ଆମ ଦଳକୁ ମଜବୁତ କରିବା ଆମର ଦାୟିତ୍ୱ ଅଟେ। ପରେ ଏସବୁ ଉପରେ ଆଲୋଚନା କରାଯିବ।

Share