ମନ୍ତ୍ରୀଙ୍କ ଗିରଫ ଦାବିରେ କଂଗ୍ରେସର ଗଣଧାରଣା

କେସିଙ୍ଗା,୨୪।୧୦(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟା ଘଟଣା ପ୍ରତିବାଦରେ କଳାହାଣ୍ଡି ଜିଲା କେସିଙ୍ଗା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ଆଦର୍ଶ ଥାନା ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଓ ବହିଷ୍କାର ଦାବି ଶତାଧିକ କଂଗ୍ରେସ କର୍ମୀ ଏହି ଗଣଧାରଣା ଦେଇଥିଲେ। ଜିଲା ସଭାପତି ଭାରତ ଭୂଷଣ ବେମାଲ, କେସିଙ୍ଗା ବ୍ଲକ ସଭାପତି ରଜନୀକାନ୍ତ ପୋଡ, ଏକ୍ସ କାଉନସିଲର ବିଜୟ ଦୀପ, ପ୍ରମୁଖ ଗଣଧାରଣାରେ ସାମିଲ ହୋଇଥିଲେ।