Categories: ଜାତୀୟ

ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି, ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଲୁଚାଇଥିବା ଅଭିଯୋଗ କଲା ଏଡିଆର…

ନୂଆଦିଲ୍ଲୀ,୨୦।୬ : ଗତ କିଛି ବର୍ଷ ମଧ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବାରେ ବିଫଳ ହୋଇଥିବାରୁ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରାଯାଇଛି।

ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, କେନ୍ଦ୍ରୀୟ ଏବଂ ରାଜ୍ୟ ନିର୍ବାଚନ ସ୍ତରରେ ରାଜନୈତିକ ଦଳଗୁଡିକ ବିସ୍ତୃତ ଭାବରେ ସୂଚନା ଅପଲୋଡ କରିବା ବାଧ୍ୟତାମୂଳକ ଅଟେ। ୱେବସାଇଟରେ ଅପରାଧର ପ୍ରକୃତି ସହିତ ବିଚାରାଧୀନ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ବିଷୟରେ ସୂଚନା ସମ୍ପର୍କରେ ରାଜନୈତିକ ଦଳଗୁଡିକ ଦେବାକୁ ପଡ଼ିବ। ଏହା ସହିତ ପ୍ରାର୍ଥୀ ଚୟନ କରିବାର କାରଣ ଦେବାକୁ ପଡିବ ଏବଂ ଅପରାଧିକ ମାମଲା ନ ଥିବା ଅନ୍ୟ ବ୍ୟକ୍ତିମାନଙ୍କୁ ପ୍ରାର୍ଥୀ ଭାବରେ କାହିଁକି ଚୟନ କରାଯାଇପାରିବ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ।

ଜୁନ ୧୯ ରେ ଏଡିଆର ଦ୍ୱାରା ଲିଖିତ ଚିଠିରେ ଦର୍ଶାଯାଇଛି ପ୍ରଥମ ପର୍ଯ୍ୟାୟରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଜାରି କରାଯାଇଥିବା ଏହି ଆୟୋଗ (ଇସି)ଙ୍କର ନିର୍ଦ୍ଦେଶିତ ନିର୍ଦ୍ଦେଶର ଉଲ୍ଲଂଘନ ପାଇଁ ପ୍ରଥମ ଆବେଦନକୁ ଆୟୋଗଙ୍କ ନିକଟରେ ରଖାଯାଇଛି। ୨୫ ସେପ୍ଟେମ୍ବର ୨୦୧୮ ଏବଂ ୧୩ ଫେବୃଆରୀ ୨୦୨୦ ନିର୍ଦ୍ଦେଶ ଉଲ୍ଲଂଘନ ବିରୋଧରେ ଦାଖଲ କରାଯାଇଥିବା ଆବେଦନରେ ଏଡିଆର ଦର୍ଶାଇଛି ସର୍ବୋଚ୍ଚ ଅଦାଲତ ରାଜନୈତିକ ଦଳମାନଙ୍କୁ ତାଗିଦ କରିଛନ୍ତି, ସେମାନଙ୍କ ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାର ବିବରଣୀ ପ୍ରକାଶ ନ କରିବା ସହିତ ଏଭଳି ବ୍ୟକ୍ତିଙ୍କ ଚୟନ ହେବାର କାରଣ କ‘ଣ ରହିଛି। ପରେ,୨୦୨୦ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୧୦ ଟି ରାଜନୈତିକ ଦଳ ଏହାର ନିର୍ଦ୍ଦେଶ ପାଳନ ନ କରିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଜରିମାନା କରିଥିଲେ।

ଏହି ପୃଷ୍ଠଭୂମିରେ ଖିଲାପ କରିଥିବା ରାଜନୈ ତିକ ଦଳ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଏଡିଆର ଚେଷ୍ଟା କରୁଛି ବୋଲି ଚିଠିରେ ଦର୍ଶାଯାଇଛି। ୨୦୨୩ରେ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଏବଂ କର୍ନାଟକରେ ହୋଇଥିବା ବିଧାନସଭା ର୍ନିବାଚନ, ୨୦୨୨ ରେ ହୋଇଥିବା ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଏବଂ ପଞ୍ଜାବରେ ବିଧାନସଭା ର୍ନିବାଚନରେ ଏବଂ ୨୦୨୧ରେ ହୋଇଥିବା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ନିର୍ବାଚନରେ ସମ୍ପୃକ୍ତ ରାଜନୈତିକ ଦଳ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଡିଆର କହିଛି ପ୍ରତ୍ୟେକ ନିର୍ବାଚନ ସମୟରେ ମତଦାନ ପ୍ୟାନେଲ ତୁରନ୍ତ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବା ଉଚିତ। ଏହାର ଉଲ୍ଲଂଘନ ପାଇଁ ଆୟୋଗ ମଧ୍ୟ ଦଣ୍ଡବିଧାନ ଉପରେ ବିଚାର କରିବା ଉଚିତ ବୋଲି ଚିଠିରେ ଦର୍ଶାଯାଇଛି।

Share