ବାଇପାସ୍‌ ରାସ୍ତା ନ ଥିବାରୁ ଚିନ୍ତା

ନୟାଗଡ଼ ଅଫିସ,୨୩।୫: ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ଓ ଦଶପଲ୍ଲା ଏବଂ ନୟାଗଡ଼- ନାଉଖାଲ ୨୧ ନଂ. ରାଜ୍ୟ ରାଜପଥର ଶରଣକୁଳ ଅଞ୍ଚଳରେ ବାଇପାସ ନିର୍ମାଣ ପାଇଁ ଦାବି ହୋଇ ଆସୁଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏହି କାରଣରୁ ନୟାଗଡ଼, ଦଶପଲ୍ଲା, ଶରଣକୁଳ ଅଞ୍ଚଳରେ ଗତ ଦେଢ଼ ବର୍ଷ ମଧ୍ୟରେ ଦୁର୍ଘଟଣା ଘଟି ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଉପରୋକ୍ତ ଅଞ୍ଚଳରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଛି ବୋଲି ଅଭିଯୋଗ ହୋଇଛି।
ଜିଲା ସଦର ମହକୁମାରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇଛି । ସହର ମଧ୍ୟଦେଇ ଯାଇଥିବା ୫୭ ନଂ. ଜାତୀୟ ରାଜପଥ ଅଣଓସାରିଆ । ପୁଣି ରାସ୍ତା ଉପରେ ଯାନବାହନ ରଖି ଟ୍ରାଫିକ ଜାମ୍‌ କରାଯାଉଛି । ଗତ ଦୁଇ ବର୍ଷରେ ଏଠାରେ ୫ ଜଣ ପ୍ରାଣ ହରାଇ ସାରିଲେଣି। ଦୁର୍ଘଟଣାକୁ ଏଡାଇବା ପାଇଁ ପଣ୍ଡୁସର ବ୍ରିଜ୍‌ଠାରୁ ମାଙ୍କପଲ୍ଲି ପର୍ଯ୍ୟନ୍ତ ଏକ ବାଇପାସ୍‌ ରାସ୍ତା ନିର୍ମାଣ ହେବାର ପ୍ରସ୍ତାବ ରହିଥିଲା। ଏଥିପାଇଁ ଜମି ଅଧିଗ୍ରହଣ ଚାଲିଛି । ଜମି ଅଧିଗ୍ରହଣ ଶୀଘ୍ର ଶେଷ ହେଲେ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷେ ଦଶପଲ୍ଲା ସହର ଭିତରେ ୫୭ ନଂ. ଜାତୀୟ ରାଜପଥ ଯାଇଛି । ପୁଣି ଦଶପଲ୍ଲା ଏନ୍‌ଏସି ଗଠନ ପରେ ଏହାର ନବକଳେବର ବଢ଼ିଛି। ଏଠାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଏହି କାରଣରୁ ସଡ଼କ ଦୁର୍ଘଟଣାରେ ଗତ ଦେଢ଼ ବର୍ଷରେ ୫ଜଣ ପ୍ରାଣ ହରାଇ ସାରିଲେଣି। ଦଶପଲ୍ଲାର ଦୁର୍ଗାବଜାର ଶଙ୍ଖଠାରୁ ବ୍ଲକ କଲୋନୀ ରାସ୍ତାରେ ଚାଲି ଚାଲି ଗଲେ ଅଧ ଘଣ୍ଟା ଲାଗୁଛି। ସେହିପରି ଦଶପଲ୍ଲାରୁ ଗଣିଆ ରାସ୍ତା ମଧ୍ୟ ସବୁବେଳେ ଜାମ ରହୁଛି। ଟ୍ରାଫିକ୍‌ ଜାମ କମାଇବା ପାଇଁ ସହରର ଜାତୀୟ ରାଜପଥକୁ ଦୁଇ ଲେନ୍‌ ରାସ୍ତା କରିବା ଦରକାର । ନଚେତ୍‌ ସହର ବାହାରେ ବାଇପାସ୍‌ ନିର୍ମାଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ଏନେଇ ଦଶପଲ୍ଲା ଏନ୍‌ଏସି ନିର୍ବାହୀ ଅଧିକାରୀ କୁହନ୍ତି, ଟ୍ରାଫିକ ଜାମ୍‌ ଯୋଗୁ ସହରର ସୌନ୍ଦର୍ଯ୍ୟକରଣ ବାଟବଣା ହୋଇଛି । ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବାକୁ ସହରବାସୀ ଅଭିଯୋଗ କରି ଆସୁଛନ୍ତି । ଏନ୍‌ଏସି ପକ୍ଷରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଛି । ଦଶପଲ୍ଲା ବିଧାୟକ ରମେଶ ବେହେରା କୁହନ୍ତି, ଇଣ୍ଡିଆନ ଅଏଲ ଟାଙ୍କିଠାରୁ ଏସାର ଟାଙ୍କି ପର୍ଯ୍ୟନ୍ତ ସାଢ଼େ ୪ କି.ମି. ରାସ୍ତାରେ ଡିଭାଇଡର କରିବାକୁ ପ୍ରସ୍ତାବ ଦେଇଥିଲୁ। ଦୁଇ ଲେନ୍‌ ରାସ୍ତା ପାଇଁ ରୋଡମ୍ୟାପ୍‌ ଶେଷ ହୋଇଛି। ଏନେଇ ସରକାରଙ୍କ ପାଖରେ ପ୍ରସ୍ତାବ ଅଛି। ସହରରେ ଡିଭାଇଡର ହେଲେ ଟ୍ରାଫିକ ସମସ୍ୟା ଦୂର ହେବ । ସହରର ସୌନ୍ଦର୍ଯ୍ୟ ବଢ଼ିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଶରଣକୁଳ ଦେଇ ଜାତୀୟ ରାଜପଥ ଯାଇ ନ ଥିଲେ ମଧ୍ୟ ଏଠାରେ ୨୧ ନଂ. ରାଜ୍ୟ ରାଜପଥ ଯାଇଛି। ଗତ ଦେଢ଼ ବର୍ଷ ଭିତରେ ଶରଣକୁଳରେ ୧୨ ଜଣଙ୍କ ଜୀବନ ଗଲାଣି। ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିରକୁ ଲାଗି ୨୧ ନଂ. ରାଜ୍ୟ ରାଜପଥ ଯାଇଛି । ଏଠାରେ ବାଇପାସ୍‌ ରାସ୍ତା ନିର୍ମାଣ ଜରୁରୀ ହୋଇଛି । ଶରଣକୁଳ ଜିଲା ପରିଷଦ ସଭ୍ୟ ଚିନ୍ମୟୀ ଦାଶ ଓ ଶରଣକୁଳ ସରପଞ୍ଚ ମୀନାକ୍ଷୀ ପ୍ରସାଦ ସାହୁ କୁହନ୍ତି, ୨୦୨୦ ନଭେମ୍ବର ୨୪ରେ ଶରଣକୁଳରେ ୬ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଗତ ଶନିବାର ଟ୍ରକ ଧକ୍କାରେ ଜଣେ ୩ ବର୍ଷର ଶିଶୁ ପ୍ରାଣ ହରାଇଛିି । ଏଠାରେ ଗତ ଦେଢ଼ ବର୍ଷ ଭିତରେ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇ ସାରିଲେଣି। ଦୁର୍ଘଟଣାକୁ ଏଡାଇବା ପାଇଁ ବାଇପାସ୍‌ ନିର୍ମାଣ ଜରୁରୀ ବୋଲି ସେ କହିଛନ୍ତି। ଏନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ କିଶୋର ଶତପଥୀ କୁହନ୍ତି, ଶରଣକୁଳ ପାଇଁ ବାଇପାସ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇଛି। କଟରାଝରି ଡ୍ୟାମ୍‌ଠାରୁ ବାଉଁଶିଆ ଶାସନ, ଶିଖରପୁର ପୋଲ, ଶିଖରପୁର ଗହିର ଦେଇ କରଡା ଶାସନ ପୂର୍ବରୁ ବାଇପାସ୍‌ ଯିବ । ଏଠାର ବାଇପାସ୍‌ ପାଇଁ ଆଲଟ୍‌ମେଣ୍ଟ ଆପୁ୍ରଭ ହୋଇ ସାରିଛି। ଜମି ଅଧିଗ୍ରହଣ ପାଇଁ ଫାଇନାଲ ସର୍ଭେ ଚାଲିଛି । ସେଠାରେ ବାଇପାସ୍‌ ୫ କି.ମି.୪୦୦ମିଟର ହେବ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Elon musk Child Plan: ଲିକ ହେଲା ମସ୍କଙ୍କ ଅଧିକ ସନ୍ତାନ ଜନ୍ମ କରିବାର ପ୍ଲାନ, ଲୋକେ କହିଲେ ଗଢୁଛନ୍ତି ନିଜର ସେନା, ଜାଣନ୍ତୁ…

ଓ୍ବାଶିଂଟନ,୧୮।୪: ଏଲୋନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି। ଟେସଲା ଏବଂ ସ୍ପେସଏକ୍ସ ଭଳି ଉଦ୍ଭାବନ ପରେ, ତାଙ୍କର ଧ୍ୟାନ ଏବେ ଅଧିକ ସନ୍ତାନ ଜନ୍ମ...

ଆନ୍ଧ୍ରପ୍ରଦେଶରୁ ଫେରୁଥିଲେ ଓଡ଼ିଶା: ବାଟରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ରୁଦ୍ର ସେଠୀ(୨୪) ଆନ୍ଧ୍ର ପ୍ରଦେଶ ସୋମପେଣ୍ଠା ସହର ନିକଟ ଜାତୀୟ ରାଜପଥରେ ସଡକ...

Baba Vanga Predictions: ସୂର୍ଯ୍ୟ ପାଲଟିବ ବରଫ ପିଣ୍ଡୁଳା! ପୃଥିବୀରେ ହେବ ପ୍ରଳୟ, ବାବା ଭେଙ୍ଗାଙ୍କ ଆଉ ଏକ ଭୟଙ୍କର ଭବିଷ୍ୟବାଣୀ

ସୋଫିଆ: ବୁଲଗେରିଆର ବାବା ଭେଙ୍ଗା ତାଙ୍କ ଜୀବନକାଳ ମଧ୍ୟରେ ଶହ ଶହ ଭବିଷ୍ୟବାଣୀ କରିଛନ୍ତି, ସେଥିମଧ୍ୟରୁ ଅନେକ ସତ୍ୟ ହୋଇଛି ଏବଂ କିଛି ଭୁଲ ପ୍ରମାଣିତ...

ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ମା’ ଚାମୁଣ୍ଡା ମନ୍ଦିର ନିକଟ ଏକ ତୋଟାରୁ ଶୁକ୍ରବାର ସକାଳେ ପ୍ରାୟ ୫୫ ବର୍ଷୀୟା ବୃଦ୍ଧାଙ୍କ ଗଳିତ...

‘ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଯୋଡ଼ି ପୋଲିସ ସୁରକ୍ଷା ଦାବି କରିପାରିବେନି’

ପ୍ରୟାଗରାଜ, ୧୮।୪ (ପି.ଟି.):ମା’ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରୁଥିବା ପ୍ରେମୀଯୁଗଳ ପୋଲିସ ସୁରକ୍ଷା ନେଇ ଦାବି କରିପାରିବେ ନାହିଁ ବୋଲି ଆଲ୍ଲାହାବାଦ ହାଇକୋର୍ଟ ଗୁରୁବାର କହିଛନ୍ତି।...

ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି ଇୟର: ଜାଣନ୍ତୁ ଫଟୋରେ ଥିବା ବାଳକ ଜଣଙ୍କ କିଏ

ଦି ହଗ୍‌, ୧୮।୪:ଗାଜାରେ ଇସ୍ରାଏଲର ଆକ୍ରମଣରେ ୨ ହାତ ହରାଇଥିବା ପାଲେଷ୍ଟିନୀୟ ବାଳକଙ୍କ ଫଟୋକୁ ୨୦୨୫ ବର୍ଷ ପାଇଁ ଓ୍ବାଲର୍‌ଡ ପ୍ରେସ୍‌ ଫଟୋ ଅଫ୍‌ ଦି...

ସବୁଠୁ ବଡ଼ ପାଟି: ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇଲେ ଆମେରିକୀୟ ମହିଳା

ୱାଶିଂଟନ୍‌:ଆମେରିକାର ମେରି ପର୍ଲ ଜେଲମର୍‌ ରବିନ୍‌ସନ୍‌ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍‌ ୱାଲର୍‌ଡ...

ଆସିଗଲା ନୂଆ ଟେକ୍‌ନିକ୍‌: ଏବେ ଭୂମିକମ୍ପ ହେବା ମାତ୍ରେ ପବନରେ ଉଡ଼ିବ ଘର, ରହିବନି ବିପଦ

ନୂଆଦିଲ୍ଲୀ,୧୮।୪: ପ୍ରତିଦିନ ସାରା ବିଶ୍ୱରେ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ ହେଉଛି ଯାହା ଆଶ୍ଚର୍ଯ୍ୟଜନକ। ଜାପାନରେ ସମାନ ପ୍ରକାରର ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଛି। ଜାପାନୀ କମ୍ପାନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image