ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୨୭।୧୧: ବାଲେଶ୍ୱର ବାମପଦାସ୍ଥିତ ବିର୍ଲା ଟାୟାର୍ସ ଜିଲାରେ ଏକ ପ୍ରମୁଖ କାରଖାନା। ଏଥିରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମହାମାରୀ କରୋନା ଯୋଗୁ ଆର୍ଥିକ ଦୁରବସ୍ଥା ପାଇଁ ୨ବର୍ଷ ଧରି କମ୍ପାନୀ ବନ୍ଦ ରହିଛି। ଫଳରେ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଲେଶ୍ୱର ପୂର୍ବତନ ଏମ୍‌ପି ତଥା ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନେତୃତ୍ୱରେ ବିର୍ଲା ଟାୟାର୍ସର ମିଳିତ ଶ୍ରମିକ ମଞ୍ଚର ଆବାହକ ଶ୍ରମିକ ନେତା ଅରୁଣ କୁମାର ସ୍ବାଇଁ ବିର୍ଲା ଟାୟାର୍ସର ପୁନଃ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ବିର୍ଲା ଟାୟାର୍ସର ବିଭିନ୍ନ ସଙ୍ଗଠନର ପଦାଧିକାରୀ ଉପସ୍ଥିତ ଥିଲେ।