ଆଶାକର୍ମୀଙ୍କ ବେଆଇନ ନିଯୁକ୍ତିକୁ ନେଇ ଦାବିପତ୍ର

ମୁରିବାହାଲ, ୧ା୯(ଡି.ଏନ୍‌.ଏ.)
ବଲାଙ୍ଗୀର ଜିଲା ଜିଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ଶାଖା ଓ ଯୁବ କନ୍ଧ ସମାଜ ପକ୍ଷରୁ ବେଆଇନ ଆଶାକର୍ମୀ ନିଯୁକ୍ତି ପ୍ରସଙ୍ଗରେ ସୋମବାର ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନଥିଲେ ମଧ୍ୟ ନିଯୁକ୍ତି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ା ଏ ନେଇ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି ା

Share