ବରଗ ଅଫିସ,୧୭।୧୧: ବରଗଡ଼ ଜିଲାରେ କ୍ୟାନ୍ସର ହସ୍ପିଟାଲ ଦାବି ନେଇ ପୁଣି ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାର କୋଶଳ ସେନା ବିକ୍ଷୋଭ ଶୋଭାଯାତ୍ରା ସହିତ ଅନଶନକୁ ଓହ୍ଲାଇଛି। ଏକ ବିକ୍ଷୋଭ ଶୋଭାଯାତ୍ରାରେ କୋଶଳ ସେନାର କର୍ମୀମାନେ ଜିଲାପାଳଙ୍କ ଅଫିସକୁ ଯାଇଥିଲେ। ସେଠାରୁ ଗାନ୍ଧୀଛକକୁ ଫେରିଥିଲେ ଏବଂ ଗାନ୍ଧୀ ମୂର୍ତ୍ତୀ ନିକଟରେ ଅନଶନ ଆରମ୍ଭ କରିଛନ୍ତି। କୋଶଳ ସେନାର ସୁଶାନ୍ତ ମିଶ୍ର ଏବଂ ଶୋଭନ କୁମାର କର୍ଣ୍ଣ ଅନଶନରେ ବସିଛନ୍ତି। ଏହାକୁ ବିଭିନ୍ନ ସଂଗଠନର ସମର୍ଥନ ଜଣାଇ ଉପସ୍ଥିତ ଅଛନ୍ତି।