ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା

ବରଗଡ଼ ଅଫିସ,୯ା୧୧: ଛାତ୍ରୀଛାତ୍ର କମ୍‌ ଥିବା ଦର୍ଶାଇ ସରକାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି କ୍ରମରେ ବରଗଡ଼ ଜିଲାର ୨୭୩ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ମସୁଧା ଚାଲିଛି। ଏହାକୁ ନେଇ ଜିଲାର ଅଭିଭାବକ ମହଲରେ ଅସନ୍ତୋଷ ବଢ଼ଚାଲିଛି। ଏହି ପରିପ୍ରେକ୍ଷୀରେ ସୋମବାର ଜିଲାର ବିଭିନ୍ନ ଗ୍ରାମର ଅଭିଭାବକ ବିକ୍ଷୋଭ ଶୋଭାଯାତ୍ରା ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ଧାରଣା ଦେଇ ସରକାରଙ୍କ ସେଭଳି ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି। ସ୍କୁଲ ବନ୍ଦ ନ କରିବାକୁ ସେମାନେ ଦାବି କରିଛନ୍ତି। ଆମ ଆଦ୍‌ମୀ ପାର୍ଟି(ଆପ)ର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ, ଅମିତାଭ ପାତ୍ର, ଅସିତ୍‌ ସାହୁ ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି। ସେହିପରି କନିଷ୍ଠ ଶିକ୍ଷକ ଆଶାୟୀମାନେ ମଧ୍ୟ ଏଥିରେ ସାମିଲ ହୋଇ ନିଯୁକ୍ତି ଦାବି କରିଛନ୍ତି।

Share