ଚୌଦ୍ୱାର,୮।୯(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନାରେ ମଙ୍ଗଳବାର ଅନ୍ତର୍ଜାତୀୟ ମାନବାଧିକାର ସଙ୍ଗଠନର ରାଜ୍ୟ ସଭାପତି ସସ୍ମିତା ଦାସଙ୍କ ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନ୍ୟାୟ ଯୋଗାଇଦେବା ସହ ଅନୁଭବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଡିଜିଙ୍କ ଉଦ୍ଦେଶ୍ୟରେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯେଉଁ ସରକାର ମା’କୁ ସମ୍ମାନ କଥା କହୁଛନ୍ତି ତାଙ୍କ ଦଳର ଜଣେ ଏମ୍ପିଙ୍କର ଏହିଭଳି କାରନାମା ବହୁ ନିନ୍ଦନୀୟ ଘଟଣା। ଏହି ଘଟଣା ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଣୁ ପୋଲିଶ ପ୍ରଶାସନ ଅନୁଭବଙ୍କୁ ଗିରଫ କରିବା ସହ ବର୍ଷାଙ୍କୁ ନ୍ୟାୟ ଦିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି।