ପଟ୍ଟାମୁଣ୍ଡାଇ, ୮।୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବିକରି ପଟ୍ଟାମୁଣ୍ଡାଇ ଯୁବ କଂଗ୍ରେସ ପକ୍ଷରୁ ବାଇପାସ୍ ଛକଠାରେ ଆନ୍ଦୋଳନ ହୋଇଛି। ‘ମା’କୁ ସମ୍ମାନ’ ନାରା ଦେଇ ଆସୁଥିବା ସରକାରୀ ଦଳର ଜଣେ ଏମ୍ପି ନିଜ ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଘଟଣା ସମଗ୍ର ଓଡ଼ିଶାର ନାରୀ ଜାତିଙ୍କୁ ଅସମ୍ମାନିତ କରିଛି। ତେଣୁ ତାଙ୍କର ଇସ୍ତଫା ଦାବିକରି ଜିଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଅଭିନାଶ ଲେଙ୍କା, ପ୍ରଦୀପ ପ୍ରଧାନ, ମଳୟ ଦାସ, ସେକ୍ ଅମରୁଲ, ତପନ ପାତ୍ର, ଯଯାତି ମହାନ୍ତି, ସୁଶାନ୍ତ ରାଉତ, ଓଁକାର ମହାନ୍ତି, ଗଗନ ପ୍ରଧାନ, ଅମଲ୍ୟ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ସ୍ଲୋଗାନ ଦେଇ ଅନୁଭବଙ୍କ କୁଶ ପୁତଳିକା ଦାହ କରିଥିଲେ।