ଆତଙ୍କବାଦୀ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି

ଖୋର୍ଦ୍ଧା ଅଫିସ,୨୫ା୨: କର୍ନାଟକ ଶିବଗଙ୍ଗା ଜିଲାରେ ବଜରଙ୍ଗ ଦଳର ଜନୈକ କାର୍ଯ୍ୟକର୍ତ୍ତାଙ୍କୁ ଜେହାଦୀମାନେ ଛୁରି ଭୁସି ଅତି ନିର୍ମମ ଭାବେ ଭାବେ ହତ୍ୟା କରିଛନ୍ତି। ଏହି ଘଟଣାକୁ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦୃଢ଼ ଭାବେ ନିନ୍ଦା କରିଛି। ଏହାର ପ୍ରତିବାଦରେ ବଜରଙ୍ଗ ଦଳ ଖୋର୍ଦ୍ଧା ଜିଲା ଶାଖା ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଏଥିରେ ଦର୍ଶାଯାଇଛି ଯେ, ଦେଶରେ ଜେହାଦୀ ଆତଙ୍କରାଜ ବଢିବାରେ ଲାଗିଛି। ହିନ୍ଦୁ ସମାଜ ଉପରେ ଏହି ଆତଙ୍କବାଦୀମାନେ କ୍ରୁରତାପୂର୍ଣ୍ଣ ଆଚରଣରେ କରୁଛନ୍ତି। ହିନ୍ଦୁ ସମାଜ ଉପରେ ବାରମ୍ବାର ଆକ୍ରମଣ କରୁଛନ୍ତି।
ଦେଶରେ ଅରାଜଗତା ସହ ଅଶାନ୍ତ ବାତାବରଣ ସୃଷ୍ଟି କରୁଛନ୍ତି। ଗତ କିଛିବର୍ଷ ହେଲା ସାଧୁସନ୍ଥ ସମାଜ ଉପରେ ଆକ୍ରମଣ ସହ ହତ୍ୟା ବଢିଚାଲିଛି। ରାଷ୍ଟ୍ର ବିରୋଧୀ ଓ ଧାର୍ମିକ ଅସହିଷ୍ଣୁତା ବିଦ୍ବେଷ ଭାବ ସୃଷ୍ଟି କରୁଛନ୍ତି। ଦେଶରେ ଚାଲିଥିବା ଆତଙ୍କରାଜ ପଛରେ ପିଏଫ୍‌ଆଇ ଓ ଏସ୍‌ଡିପିଆଇ ଆଦି ସଙ୍ଗଠନର ହାତ ରହିଛି। ଏମାନେ ଦେଶର ଅଖଣ୍ଡତା, ସାମାଜିକ, ଧାର୍ମିକ, ଆର୍ଥିକ ଓ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଏଣୁ ଏହି ଆତଙ୍କବାଦୀ ସଂଗଠନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ, ପ୍ରତିବନ୍ଧକ ଲଗାଇବା ପାଇଁ ଦାବିରେ ଉଲ୍ଲେଖ କରିଛନ୍ତି। ବିଏଚ୍‌ପି ବିଭାଗ ସମ୍ପାଦକ ବିଭୂଦେନ୍ଦ୍ର ବିଦ୍ୟାଧର, ବଜରଙ୍ଗ ଦଳ ଜିଲା ସମ୍ପାଦକ ନିତ୍ୟପ୍ରୀତ୍‌ ଚମ୍ପତି, ବିଏଚ୍‌ପି ସମ୍ପାଦକ ପ୍ରଦୀପ ସ୍ବାଇଁ, ଅଜିତ ସିଂ, ପ୍ରତ୍ୟୁଷ ରଞ୍ଜନ ବାରିକ, ବୀରେନ୍ଦ୍ର ସିଂ, ରଘୁନାଥ ସିଂ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Share