ଛତ୍ରପୁର,୨୭।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଚିକିଟି ଏନ୍ଏସିର ବାସହୀନ ପରିବାରଙ୍କୁ ଜାଗା ଯୋଗାଇଦେବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଲାଗି ଦାବି ହୋଇଛି। ଉକ୍ତ ଏନ୍ଏସିର ୱାର୍ଡ ନଂ ୪,୬,୯,୧୦,୧୨ ରେ ଦୀର୍ଘ ବର୍ଷ ଧରି କିଛି ଲୋକେ ଭଡା ଘରେ ରହି ଆସୁଛନ୍ତି। ପ୍ରଧାମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଏନ୍ଏସି ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ବହୁବାର ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି । ସୋମବାର ସେମାନେ ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ବାସହୀନ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଅନୁରୋଧ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।