ବଡଟେମରି ମଣ୍ଡିକୁ ଅଲଗା କରିବାକୁ ଦାବି

କୋକସରା,୨୨।୧୧ (ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଚାରବାହାଲ ପ୍ୟାକ୍ସ ଅଧୀନରେ ଥିବା ମୋଟେର ମଣ୍ଡିରୁ ରଣମାଲ ପ୍ୟାକ୍ସର ବଡଟେମରି ମଣ୍ଡିକୁ ସମ୍ପୂର୍ଣ୍ଣ ଅଲଗା କରିବାକୁ ଚାଷୀମାନେ ଦାବି କରିଛନ୍ତି। ଚାଷୀଙ୍କ ଅଭିଯୋଗ ହେଲା, ବଡଟେମରୀ ମଣ୍ଡିର ଚାଷୀମାନେ ମଣ୍ଡି ଆରମ୍ଭ ନ ହେଉଣୁ ମୋଟେର ମଣ୍ଡି ପ୍ରାଙ୍ଗଣରେ ଧାନ ଆଣି ଗଦାକରି ରଖିଥାନ୍ତି। ଫଳରେ ମଣ୍ଡି ଶେଷ ହେବା ପର୍ପ୍ୟନ୍ତ ମୋଟେର ମଣ୍ଡିର ଚାଷୀଙ୍କୁ ଧାନ ବିକ୍ରି କରିବାକୁ ଜାଗା ମିଳେ ନାହିଁ। ଏହି ବିଷୟରେ ବଡଟେମରି ମଣ୍ଡିର ଧାନକ୍ରେତା ସ୍ବୟଂ ସହାୟକ ଗୋଷ୍ଠୀର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । ଏହାକୁ ମୋଟର ମଣ୍ଡି ଅନ୍ତର୍ଗତ କୁସୁମଖୁଣ୍ଟି, ବାଟିଗୁଡା, ଜଲତାମୁଣ୍ଡା, ଖଟୁଲୁଗୁଡା ସମେତ ମୋଟେର ଗ୍ରାମର ଚାଷୀମାନେ ବିରୋଧ କରିଛନ୍ତି। ଖବର ପାଇ କୋକସରା ତହସିଲଦାର ମନୋଜ ପାଢୀ ପହଞ୍ଚତ୍ ସ୍ଥାନୀୟ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଆସନ୍ତା ୭ ଦିନ ଭିତରେ ଜାଗା ଚିହ୍ନଟ କରି ସମସ୍ୟାର ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ମୋଟେର ସରପଞ୍ଚ ଇଂ. ସୁଶୀଲ ଶବର, ହରିଶଙ୍କର ନାଏକ, କୁଶ ବେହେରା, ସୁଦର୍ଶନ ବେହେରା, ଲକ୍ଷ୍ମୀକାନ୍ତ ମାଝି, ବିଶେଶ୍ୱର ବନ୍ଧୀଛୋଡ , ସୁଦର୍ଶନ ବେହେରା, ଲିଙ୍ଗରାଜ ବେହେରା, ମହେନ୍ଦ୍ର ବେହେରା, ହୁତାଶନ ହାତୀ, ବୀରବଲ ଦଳପତି, ହୃଷୀକେଶ ଦାସ, ହେମନ୍ତ ଦାସ, କମଳାକାନ୍ତ ମାଝି, ହର ଜାଲ ପ୍ରମୁଖ ତହସିଲଦାରଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ସାଗର

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଦୌଡ଼ରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ ରହିଥିବା ଚର୍ଚ୍ଚାକୁ ଆସିଛି। ଗତ କିଛି...

ଭିଜିଲାନ୍ସ ଜାଲରେ କଲେଜ ପ୍ରିନ୍ସପାଲ

ଭବାନୀପାଟଣା/ଥୁଆମୂଳ ରାମପୁର,୬।୯(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତୀ ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା...

ଏକ୍ସପାଏରି ଔଷଧ ନେଲା ମହିଳାଙ୍କ ଜୀବନ

ଗୋଲାମୁଣ୍ଡା,୫ା୯(ବଟକୃଷ୍ଣ ପଣ୍ଡା)- ଏକ୍ସପାଏରି ଔଷଧ ଖାଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଗୋଲାମୁଣ୍ଡା...

ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୫।୯: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ...

୩ କୋଟିରେ ନିର୍ମାଣ ହେବ ଏନ୍‌ଏସି କାର୍ଯ୍ୟାଳୟ

ଭବାନୀପାଟଣା, ୫ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ ଏନ୍‌ଏସିର ନିଜସ୍ବ ଗୃହ ଦୀର୍ଘ ୫୫ ବର୍ଷ ପରେ ନିର୍ମାଣ ହେବାକୁ ଯାଉଛି। ଜୁନାଗଡ଼ ବିଧାୟକ ଦିବ୍ୟ...

କଳାହାଣ୍ଡି ଜିଲାରେ ଶିକ୍ଷା ସମସ୍ୟା: ଏଆଇଏସ୍‌ଏଫ୍‌ର ବିକ୍ଷୋଭ ସମାବେଶ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ଶିକ୍ଷା ସମସ୍ୟାକୁ ନେଇ ମଙ୍ଗଳବାର ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ଅଫିସ ଆଗରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ୍‌) ଓ ଜିଲା...

ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତବିଭାଗ ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ୨ମାସ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ...

ଦାୟିତ୍ୱ ନେଲେ ନୂତନ ଡିଆଇପିଆର୍‌ଓ

ଭବାନୀପାଟଣା,୪ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ହଳଧର ନିଆଲ ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆର୍‌ଓଙ୍କ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri