ଜୋର୍‌ ଧରିଲା କ୍ୟାନସର ହସ୍ପିଟାଲ ସ୍ଥାପନ ଦାବି, ଜିଲପାଳ ଅଫିସକୁ ଚେତାବନୀ ଶୋଭାଯାତ୍ରା

ବରଗଡ ଅଫିସ,୧୯।୧୧- ବରଗଡ ଜିଲାରେ କ୍ୟାନସର ହସପିଟାଲ ଦାବି ଜୋର୍‌ ଧରିଛି। ଏହାକୁ ନେଇ ଆନ୍ଦୋଳନ ତେଜି ଉଠିଛି। ମଙ୍ଗଳବାରରୁ କୋସଲ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଗୁରୁବାର ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ ପକ୍ଷରୁ ଚେତାବନୀ ଶୋଭାଯାତ୍ରା ହୋଇଛି। ଏହି କ୍ରମରେ ଉକ୍ତ ସଂଗଠନ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମୀ ସ୍ଥାନୀୟ ମା ଶ୍ୟାମାକାଳୀ ମନ୍ଦିର ଛକରେ ସମବେତ ହୋଇଥିଲେ। ସେଠାରୁ ଚେତାବନୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହିତ ଜିଲାପାଳ ଅଫିସକୁ ପହଞ୍ଚିଥିଲେ। ଜିଲାପାଳ ଅଫିସ ଆସିବା ବାଟରେ କୋସଲ ସେନାର ଅନଶନକୁ ସମର୍ଥନ କରିଥିଲେ।

Share