Categories: ଗଞ୍ଜାମ

ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ

ଛତ୍ରପୁର,୧୩ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍‌ ଓ ଡିଜିପିଏସ୍‌ ମାଧ୍ୟମରେ ଏହି ହାଇଟେକ୍‌ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ ଜିଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜସ୍ବ ଓ ଜଙ୍ଗଲ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଶୁକ୍ରବାର ଛତ୍ରପୁରସ୍ଥିତ ଋଷିକୂଲ୍ୟା ସମ୍ମିଳନୀ ଗୃହରେ ତାଲିମ ପ୍ରଦାନ କରାଯାଇଛି।