Categories: ଜାତୀୟ

ଗଣତନ୍ତ୍ରର ହତ୍ୟା କରାଯାଇଛି: ମହୁଆଙ୍କ ବହିଷ୍କାର ନେଇ କହିଲେ ମମତା…

କୋଲକାତା,୯।୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାଶ ଫର କ୍ୱେରୀ ମାମଲାରେ ପାର୍ଟି ଏମପି ମହୁଆ ମଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବା ନେଇ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡା ସମାଲୋଚନା କରିଛନ୍ତି। ମହୁଆଙ୍କ ବହିଷ୍କାର ନେଇ ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବ ଭଏସ ଭୋଟ ଦ୍ୱାରା ପାରିତ ହୋଇଥିଲା।

ଖବରଦାତାମାନଙ୍କୁ ସୂଚନା ଦେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ମହୁଆ ପରିସ୍ଥିତିର ଶିକାର ହୋଇଛନ୍ତି। ଏହା ସଂସଦୀୟ ଗଣତନ୍ତ୍ର ପାଇଁ ଅପମାନ। ଆମେ ମହୁଆଙ୍କ ବହିଷ୍କାରକୁ ନିନ୍ଦା କରୁଛୁ; ପାର୍ଟି ତାଙ୍କ ସହ ଦୃଢ ଭାବରେ ଛିଡା ହୋଇଛି। ନିର୍ବାଚନରେ ଆମକୁ ପରାସ୍ତ କରିବାରେ ଅସମର୍ଥ ହୋଇ ଭାଜପା ପ୍ରତିଶୋଧ ନେଇଛି। ଗଣତନ୍ତ୍ର ପାଇଁ ଆଜି ଏକ ଦୁଃଖଦ ଦିନ ଏବଂ ଭାରତୀୟ ସଂସଦ ପ୍ରତି ଏହା ବିଶ୍ୱାସଘାତକତା।

Share