କଶ୍ମୀରରେ ଗଣତନ୍ତ୍ର

ଜମ୍ମୁ କଶ୍ମୀରରେ ହୋଇଥିବା ନିର୍ବାଚନରେ ଏକ ନୂତନ ସରକାର ଆସିଛି। ସବୁଠାରୁ ବଡ଼ କଥା ହେଉଛି ଏହି ନିର୍ବାଚନ ସମ୍ପୂର୍ଣ୍ଣ ଅବାଧ ଓ ସ୍ବଚ୍ଛ ଥିଲା। ଏହା ମଧ୍ୟ ଏକ ସକାରାତ୍ମକ ବିକାଶ । କଶ୍ମୀର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ବୋଲି ଦାବି କରାଯାଇଛି। ତେବେ ଏହି ଜଟିଳ ପ୍ରସଙ୍ଗ ଉପରେ ତଥ୍ୟ ଦେଖିବା ଆବଶ୍ୟକ। ୧୯୮୦ ଦଶକର ଶେଷ ଭାଗରେ କଶ୍ମୀରରେ ଉଗ୍ରବାଦ ଆରମ୍ଭ ହୋଇଥିଲା। ସେବେଠାରୁ ଦକ୍ଷିଣ ଏସିଆ ଉଗ୍ରବାଦ ପୋର୍ଟାଲ ସମଗ୍ର ଅଞ୍ଚଳରେ ହିଂସା ସମ୍ପର୍କରେ ତଥ୍ୟ ସଂଗ୍ରହ ଜାରି ରଖିଛି। ୧୯୮୯ରେ କଶ୍ମୀରରେ ମୋଟ ୯୨ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୯୦ରେ ୧,୧୭୭ ଜଣଙ୍କର ଜୀବନ ଯାଇଥିଲା, ଯେଉଁମାନଙ୍କ ମଧ୍ୟରେ ଥିଲେ ୮୬୨ ଜଣ ସାଧାରଣ ନାଗରିକ, ୧୩୨ ଜଣ ସୁରକ୍ଷା ବାହିନୀ କର୍ମଚାରୀ ଏବଂ ୧୮୩ ଜଣ ଉଗ୍ରବାଦୀ। ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଲା। ୧୯୯୧ ରେ ୧୩୯୩ , ୧୯୯୨ରେ ୧୯୦୯ ଏବଂ ୧୯୯୩ ରେ ୨୫୬୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିମଧ୍ୟରେ ସାଧାରଣ ନାଗରିକଙ୍କ ସଂଖ୍ୟା ଥିଲା ୧,୦୨୩ ଏବଂ ସୁରକ୍ଷା ବାହିନୀ କର୍ମଚାରୀ (୨୧୬) ପୂର୍ବପରି ସମାନ ରହିଥିଲେ ମଧ୍ୟ ଉଗ୍ରବାଦୀଙ୍କ ମୃତ୍ୟୁ ସଂଖ୍ୟା ୧,୩୨୮ରେ ପହଞ୍ଚିଥିଲା। ପରବର୍ତ୍ତୀ କିଛି ବର୍ଷ ପାଇଁ ଏହି ସ୍ଥିତି ଜାରି ରହିଥିଲା ଏବଂ ସୁରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ଘଟି ୨୦୦୦ ରେ ୪୪୧ ହୋଇଥିଲା ଯେତେବେଳେ କଶ୍ମୀରରେ ପ୍ରାୟ ୩୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨୦୦୧ରେ କଶ୍ମୀରରେ ସର୍ବାଧିକ ୪,୦୧୧ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିମଧ୍ୟରେ ୬୨୮ ଜଣ ସୁରକ୍ଷା ବାହିନୀ, ୧,୦୨୪ ସାଧାରଣ ନାଗରିକ ଏବଂ ୨,୩୪୫ ଉଗ୍ରବାଦୀ ଥିଲେ। ପରବର୍ତ୍ତୀ ବର୍ଷ ୨୦୦୨ରେ ମୃତ୍ୟୁ ସଂଖ୍ୟା ୧୦୦୦ ହ୍ରାସ ପାଇ ୩୦୯୮ରେ ଏବଂ ୨୦୦୩ରେ ଏହା ୨୫୦୭ ଥିଲା। ମୃତ୍ୟ ସଂଖ୍ୟା ହ୍ରାସ ପଛରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଅଛି। ପ୍ରଥମେ ଆମେରିକାରେ ୧୧ ସେପ୍ଟେମ୍ବର ଆକ୍ରମଣ ପରେ ପାକିସ୍ତାନ ‘ଆତଙ୍କବାଦ ବିରୋଧୀ ଯୁଦ୍ଧ’ରେ ସାମିଲହେବ ବୋଲି କହିଥିଲା। କିନ୍ତୁ ଏହାର ୩ମାସ ପରେ ଡିସେମ୍ବର ୨୦୦୧ରେ ଭାରତର ସଂସଦ ଉପରେ ହୋଇଥିବା ଆକ୍ରମଣ କରିଥିଲା। ଦ୍ୱିତୀୟ ଘଟଣା ପରେ ପାକିସ୍ତାନ ସହିତ ଯୁଦ୍ଧ ପାଇଁ ଭାରତ ଆଗକୁ ବଢ଼ିବା ସହ ଉଗ୍ରବାଦୀଙ୍କୁ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଚାପ ପକାଇଥିଲା। ୧୩ ଜାନୁୟାରୀ ୨୦୦୨ରେ ପାକିସ୍ତାନ କହିଥିଲା ଯେ ପାକିସ୍ତାନର ଲଶ୍କର-ଏ-ତୋଇବା (ଏଲ୍‌ଇଟି)ଏବଂ ଜୈଶ୍‌-ଏ-ମହମ୍ମଦ (ଜେଇଏମ୍‌)କୁ ନିଷିଦ୍ଧ କରିଛି। ଏହି ପ୍ରତିବନ୍ଧକ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ଆଗକୁ ବଢ଼ି ନ ଥିଲେ।
ଭାରତ ବହୁଦିନରୁ କହିଆସିଛି ଯେ ଉଗ୍ରବାଦ ରୋକିବାରେ ପାକିସ୍ତାନ ଗମ୍ଭୀର ନୁହେଁ। ଏହା ସତ ଯେ, ପାକିସ୍ତାନୀ ସେନା ଏବଂ ଏହାର ଶାଖାଗୁଡ଼ିକ ଉଗ୍ରବାଦୀ ଗୋଷ୍ଠୀକୁ ଭାରତ ବିରୋଧରେ ବ୍ୟବହାର କରିଆସିଛନ୍ତି। ତଥ୍ୟ ଦେଖିଲେ ବୁଝିପାରିବା। କଶ୍ମୀରରେ ୨୦୦୧ରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବେଳେ ଏହା କ୍ରମଶଃ ହ୍ରାସ ପାଇ ୨୦୦୨ରେ ୩୦୦୦ ଏବଂ ୨୦୦୩ ରେ ୨,୦୦୦ ଥିଲା। ୨୦୦୪ ରେ ମୃତ୍ୟୁ ସଂଖ୍ୟା ପୁନର୍ବାର ହ୍ରାସ ପାଇ ୧,୭୮୮ ଏବଂ ପରବର୍ତ୍ତୀ ବର୍ଷ ୧,୧୨୫ ରେ ପହଞ୍ଚିଥିଲା। ୨୦୦୭ ରେ ୧୯୯୦ ପରଠାରୁ ପ୍ରଥମ ଥର ପାଇଁ ମୃତ୍ୟୁ ସଂଖ୍ୟା ୧୦୦୦ (୭୪୪ ନିହତ)କୁ ଖସି ଆସିଥିଲା। ଏହା ୨୦୦୮ରେ ୫୪୮, ୨୦୦୯ ରେ ୩୭୩, ତା’ପରେ ୨୦୧୧ ରେ ୧୮୧ କୁ ଖସିଥିଲା। ୨୦୧୪ରେ ମନମୋହନ ସିଂ ଦାୟିତ୍ୱରୁ ଯିବା ପର୍ଯ୍ୟନ୍ତ ଏହା କୌଣସି ବର୍ଷରେ ୨୦୦ ରୁ ଅଧିକ ହୋଇ ନ ଥିଲା। ୨୦୨୩ରେ ୨୦୧୫ ତୁଳନାରେ ପ୍ରଥମ ଥର ପାଇଁ ପୁନର୍ବାର ମୃତ୍ୟୁ ସଂଖ୍ୟା ୨୦୦ ତଳକୁ ଖସିଥିଲା। ତେବେ କେବଳ ଗୋଟିଏ ତଥ୍ୟକୁ ଦୀର୍ଘକାଳୀନ ସୂଚକ ଭାବରେ ଦେଖିବା ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ । ସମାନ ସମୟରେ ପାକିସ୍ତାନରେ କ’ଣ ଘଟିଛି ବିଚାର କରାଯାଉ। ୧୯୮୦ ଏବଂ ୧୯୯୦ ଦଶକରେ କରାଚୀରେ ଅତ୍ୟଧିକ ରାଜନୈତିକ ହିଂସା ଘଟିଥିଲା। ୨୦୦୦, ୨୦୦୧ ଏବଂ ୨୦୦୨ରେ ଉଗ୍ରବାଦ ଆକ୍ରମଣରେ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୧୬୬, ୨୯୫ ଏବଂ ୨୫୭ ଥିଲା। ୨୦୦୩ରେ ତତ୍କାଳୀନ ରାଷ୍ଟ୍ରପତି ଜେନେରାଲ(ଅବସରପ୍ରାପ୍ତ) ପରଭେଜ ମୁଶରଫ ଜେଇଏମ୍‌ ଏବଂ ଏଲ୍‌ଇଟିକୁ ନିଷିଦ୍ଧ କରିବାର ବର୍ଷକ ପରେ ଦୁଇଥର ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ପ୍ରଥମରେ ତାଙ୍କ ଗାଡ଼ି ପାରହେଉଥିବା ବ୍ରିଜ୍‌ରେ ଏକ ବୋମା ରଖାଯାଇଥିଲା ଏବଂ ଖ୍ରୀଷ୍ଟମାସ୍‌ ଦିନ ୨୦୦୩ରେ ଦୁଇଜଣ ଆତ୍ମଘାତୀ ଉଗ୍ରବାଦୀ ତାଙ୍କ କାର୍‌କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା, କିନ୍ତୁ ମୁଶରଫ ବର୍ତ୍ତିଯାଇଥିଲେ। ତା’ ପରବର୍ଷ ମୃତ୍ୟୁ ସଂଖ୍ୟାରେ ବୃଦ୍ଧ ଘଟି ୯୨୫ରେ ପହଞ୍ଚିଥିଲା ଏବଂ ସେମାନଙ୍କ ମଧ୍ୟରେ ୨୦୮ ଜଣ ସୁରକ୍ଷା ବାହିନୀ କର୍ମଚାରୀ ଏବଂ ୩୦୨ ଜଣ ଉଗ୍ରବାଦୀ ଥିଲେ। ୨୦୦୬ରେ ଏହି ସଂଖ୍ୟା ୧,୪୬୬ ରେ ପହଞ୍ଚିଥିଲେ। ୨୦୦୭ରେ ମୋଟ ୩,୫୯୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୮ରେ ଏହା ୨ଗୁଣ ବୃଦ୍ଧି ହୋଇ ୬,୬୮୩ରେ ପହଞ୍ଚିଥିଲା। ୨୦୦୯ରେ ସବୁଠୁ ଅଧିକ ୧୧,୩୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଆମ ଦେଖିବାରେ ଏହି ସମୟରେ କଶ୍ମୀରରେ ୩୭୩ ଜଣଙ୍କର ମୃତ୍ୟୁ ଘଟିଥିଲା।
୨୦୧୦ରେ ପାକିସ୍ତାନୀ ସେନା ହିଂସା ରୋକିିବାକୁ ଚେଷ୍ଟାକଲା ଏବଂ ମୃତ୍ୟୁ ସଂଖ୍ୟା ୭,୩୪୨କୁ ଖସି ଆସିଥିଲା । ପରବର୍ଷ ପୁଣି ୬,୦୫୦ରେ ପହଞ୍ଚିଥିଲା। ୨୦୧୩ ଏବଂ ୨୦୧୪ ରେ ମୃତ୍ୟୁ ସଂଖ୍ୟା ୫,୦୦୦ ଥିଲା, କିନ୍ତୁ ୨୦୧୫ରେ ୩,୬୮୫କୁ , ୨୦୧୬ରେ ୧,୭୯୭ ଏବଂ ୨୦୧୭ରେ ଏହା ୧,୨୬୯ କୁ ଖସି ଆସିଥିଲା। ୨୦୧୯ରେ ଏହି ସଂଖ୍ୟା ୪୦୦ରୁ କମ୍‌ ହୋଇଯାଇଥିଲା। କିନ୍ତୁ ଏହା ଗତ ୨ ବର୍ଷରେ ପ୍ରତ୍ୟେକଟିରେ ପାଖାପାଖି ୧୫୦୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ କଶ୍ମୀରରେ ହିଂସାର ଦୀର୍ଘକାଳୀନ ଧାରାକୁ ରୋକିବାକୁ ପଡ଼ିବ। ବୁଝିବାକୁ ହେବ ଯେ, ମୁକ୍ତ ନିର୍ବାଚନ ହେଉଛି ଗଣତନ୍ତ୍ରର ସର୍ବୋତ୍ତମ ପ୍ରତିକ୍ରିୟା।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

ଜୀବନର ମୂଲ୍ୟବୋଧ ଓ ଏସ୍‌ଡିଜି

ସରସ ସୁନ୍ଦର ଜୀବନଟିଏ ଜିଇବାକୁ କିଏ ବା ନ ଚାହେଁ। ଭଲରେ ବଢ଼ିବା, ଭଲରେ ବଢ଼ାଇବା ଓ ଏଇ ପୃଥିବୀରେ ସଭିଏ ଖୁସି, ଶାନ୍ତି, ଶାରୀରିକ...

କଲମ୍ବିଆର ଆହ୍ବାନ

ଜୀବାଶ୍ମ ଶକ୍ତିରୁ ଦୂରେଇ ସ୍ବଚ୍ଛ ତଥା ସବୁଜ ଶକ୍ତି କ୍ଷେତ୍ରକୁ ପରିବର୍ତ୍ତନ ସକାଶେ ବିଶ୍ୱରେ ତତ୍ପରତା ପ୍ରକାଶ ପାଇଛି। ଏହାସହ ସୁନା ମୂଲ୍ୟ ଦ୍ରୁତଗତିରେ ବୃଦ୍ଧି...

ଟ୍ରମ୍ପ୍‌ ଓ ସମ୍ଭାବ୍ୟ ଅର୍ଥନୀତି

ମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ କେବଳ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ସର୍ବାଧିକ...

କଳାଧନ ମହଜୁଦକାରୀ

ଭାରତର ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ”କଳା ଧନ ମହଜୁଦକାରୀମାନେ ଜଣେ ଜଣେ ଆତଙ୍କବାଦୀ“। ବାସ୍ତବିକ କଳାଧନ ଅଧିକାରୀମାନେ କୋଟି କୋଟି ଜନତାଙ୍କ ଟିକସକୁ ଦୁର୍ନୀତି ଉପାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri