ମଣିଷ ସଭ୍ୟ ଭାବେ ସମାଜରେ ବାସ କରିବା ପରେ ଏକ ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରାଚୀନ ରାଜାରାଜୁଡ଼ା ଶାସନର ପ୍ରମୁଖ ଆଭିମୁଖ୍ୟ ମଧ୍ୟ ପାଲଟିଥିଲା। ଜନମତକୁ ଗୁରୁତ୍ୱ ଦେଇ ହଜାର ହଜାର ବର୍ଷ ପୂର୍ବେ ପ୍ରାଚୀନ ଗ୍ରୀସରେ ଗଣତାନ୍ତ୍ରିକ ସମାଜର ମୂଳଦୁଆ ପଡିଥିଲା। ଏଥେନ୍ସର କ୍ଲିସ୍ଥେନିସ୍ ଗଣତନ୍ତ୍ରର ଜନକ ପାଲଟିଥିଲେ। ଗଣତାନ୍ତ୍ରିକ ସ୍ବାଧୀନତାର ପ୍ରତିଫଳନ ତତ୍କାଳୀନ ସମାଜରେ ଆରମ୍ଭ ହୋଇଥିଲା। ଆଧୁନିକ ପୃଥିବୀରେ ୧୮୯୩ରେ ନ୍ୟୁଜିଲାଣ୍ଡ ପ୍ରଥମ ଗଣତାନ୍ତ୍ରିକ ଦେଶର ମାନ୍ୟତା ପାଇଥିଲା। ୨୦୦୭ ନଭେମ୍ବର ୮ରେ ଜାତିସଂଘରେ ଗଣତନ୍ତ୍ରକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୧୫ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଭାବରେ ପାଳନ ଲାଗି ନିଷ୍ପତ୍ତି ହୋଇଥିଲା। ୨୦୦୮ ସେପ୍ଟେମ୍ବର ୧୫ରେ ପ୍ରଥମ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଥିଲା।