Posted inଜାତୀୟ

କଶ୍ମୀରକୁ ଫେରୁଛି ଗଣତନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୮: ଜମ୍ମୁ-କଶ୍ମୀରବାସୀ ବୁଲେଟ୍‌କୁ ପ୍ରତିହତ କରି ବାଲଟ୍‌କୁ ବାଛିଛନ୍ତି। ଲୋକେ ପରିବର୍ତ୍ତନ ଚାହଁାନ୍ତି। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିଜ ପାଇଁ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛନ୍ତି। ଏଥିସହ ଉପତ୍ୟକାକୁ ଗଣତନ୍ତ୍ର ଫେରିବାକୁ ଯାଉଛି ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ କରାଯିବ। ୮୭ ଲକ୍ଷ ମତଦାତା ୧୧,୮୩୮ ମତଦାନ କେନ୍ଦ୍ରରେ ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିବେ। ହରିୟାଣା ବିଧାନସଭାର ୯୦ ଆସନ ପାଇଁ କେବଳ ଅକ୍ଟୋବର ୧ରେ ଭୋଟ ହେବାକୁ ଥିବାବେଳେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ୩ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ସିଇସିଙ୍କ ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ପୋଲିସ ପ୍ରଶାସନରେ ବଡ଼ଧରଣର ଅଦଳବଦଳ କରାଯାଇଛି। ସେପ୍ଟେମ୍ବର ୩୦ରେ ଅବସର ନେବାକୁ ଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଆର୍‌.ଆର୍‌. ସ୍ବାଇଁଙ୍କୁ ତାଙ୍କ ପଦରୁ ହଟାଇ ଗୋଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ନଳିନ ପ୍ରଭାତଙ୍କୁ ନୂଆ ପୋଲିସ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ନୀତୀଶ କୁମାରଙ୍କୁ ସିଆଇଡି ମୁଖ୍ୟ ନିଯୁକ୍ତ କରାଯାଇଛି। ଏହାବାଦ୍‌ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୮ ନୂଆ ଏସ୍‌ପି ଅପରେଶନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଠୁଆ ଓ ଅନ୍ୟ ୨ ଜଣଙ୍କୁ ରାଜୌରୀରେ ଅବସ୍ଥାପିତ କରାଯାଇଛି। ପୁଞ୍ଚ, ରେଆସି, କିସ୍‌ତଓ୍ବାର ଓ ଉଦ୍ଧମପୁରରେ ମଧ୍ୟ ଜଣେ ଲେଖାଏ ଏସ୍‌ପି ଅପରେଶନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବାଦ୍‌ ଉଭୟ ପୋଲିସ ଓ ପ୍ରଶାସନିକ କ୍ଷେତ୍ରରେ ଅନେକ ଶୀର୍ଷ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହାକୁ ନେଇ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ପ୍ରଶ୍ନ ଉଠାଇଛନ୍ତି। ଓମାର ଏକ୍ସ’ରେ କହିଛନ୍ତି, ଏହି ବଦଳି ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନକୁ ସଚିବାଳୟ ଓ ପୋଲିସ ମୁଖ୍ୟାଳୟକୁ ଅଧିକାରୀମାନଙ୍କୁ ଡକାଇ ସ୍ବାଧୀନତା ଦିବସରେ କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ିଛି। ଏପରି କି ବଦଳି ପରେ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିବେ ବୋଲି ଅଧିକାରୀମାନଙ୍କୁ କୌଣସି ପୂର୍ବ ସୂଚନା ମଧ୍ୟ ଦିଆଯାଇ ନାହିଁ। ଏହା ପଛରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କି ଅଭିସନ୍ଧି ରହିଛି ବୋଲି ଓମାର ପ୍ରଶ୍ନ କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନୂ୍ୟନ କରିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଭାଜପା ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ନିଜ ଦଳ ଓ ସହଯୋଗୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ଏହି ରଣନୀତି ଆପଣାଇଥିବା ଏନ୍‌ସି ସାଧାରଣ ସମ୍ପାଦକ ଅଲୀ ମହମ୍ମଦ ସାଗର ସମାଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରର ଅନେକ ଜିଲାରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଥିବାବେଳେ ଏହି ଅଦଳବଦଳ ପଛର କାରଣ କ’ଣ ବୋଲି ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମଧ୍ୟ ପ୍ରଶ୍ନ ଉଠାଇଛି।

ଡାଲ୍‌ ହ୍ରଦରେ ୩ ଭାସମାନ ବୁଥ୍‌ କରାଯିବ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଯେପରି ଜଣେ ହେଲେ ଭୋଟର ମତଦାନରୁ ବାଦ୍‌ ପଡ଼ିବେ ନାହିଁ ତାହା ନିଶ୍ଚିତ କରିବା ପାଇଁ ଡାଲ୍‌ ହ୍ରଦରେ ୩ଟି ଭାସମାନ ପୋଲିଂ ବୁଥ୍‌ କରାଯିବ। ଏହି ୩ ବୁଥ୍‌ ମଧ୍ୟରୁ ଖାର୍‌ ମୋହଲ୍ଲା, ଆବି କରପୋରାରେ ମାତ୍ର ୩ ଜଣ ଭୋଟର ରହିଛନ୍ତି। ସେହିପରି ପାକିସ୍ତାନ ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିକଟ ଗୁରେଜ୍‌ ନିର୍ବାଚନମଣ୍ଡଳୀର କୋରାଗ୍‌ବାଲ୍‌ ଜନସଂଖ୍ୟାର ୧୦୦% ତଫସିଲଭୁକ୍ତ ଜନଜାତି ହୋଇଥିବାରୁ ସେମାନଙ୍କ ପାଇଁ ମଧ୍ୟ ଗୋଟିଏ ସ୍ବତନ୍ତ୍ର ବୁଥ୍‌ ପ୍ରତିଷ୍ଠା କରାଯିବ ବୋଲି ସିଇସି ରାଜୀବ କୁମାର ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟ ଦେଇଥିଲେ ଐତିହାସିକ ରାୟ

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏବଂ କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଥିଲା। ୨୦୨୩ ଡିସେମ୍ବରରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହା ଉପରେ ଐତିହାସିକ ରାୟ ଦେଇଥିଲେ। ଶୀର୍ଷ ଅଦାଲତ ୩୭୦ ଉଚ୍ଛେଦକୁ ବଳବତ୍ତର ରଖିଥିବାବେଳେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପତ୍ୟକାକୁ ଯଥାଶୀଘ୍ର ସମ୍ଭବ ରାଜ୍ୟ ମାନ୍ୟତା ଫେରାଇ ସେଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଅବସ୍ଥାପିତ କରାଯାଉ ବୋଲି ଅଦାଲତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

LOC ନିକଟରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ, ୨ ଶ୍ରମିକ ମୃତ

ଶ୍ରୀନଗର,୨୪।୧୦: ଜମ୍ମୁ କଶ୍ମୀରର ଏଲଓସି ନିକଟରେ ଆତଙ୍କବାଦୀ ଆକ୍ରମଣ ହେବାର ଖବର ମିଳିଛି। ଆତଙ୍କବାଦୀମାନେ ସେନା ଗାଡିକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଯବାନ...

‘ଦାନା’ ଲ୍ୟାଣ୍ଡଫଲ କରିବା ପୂର୍ବରୁ ନିଖୋଜ ହେଲେ ୧୬ ମତ୍ସଜୀବୀ

କୋଲକାତା,୨୪।୧୦: ବାତ୍ୟା ‘ଦାନା’ ଆସିବା ପୂର୍ବରୁ ମଧ୍ୟ ପଶ୍ଚିମବଙ୍ଗର ଶମଶେରଗଞ୍ଜ ଏବଂ ଫରକ୍କା ଅଞ୍ଚଳରେ ପବନ ସାଙ୍ଗକୁ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।...

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା: ଏହି ଦିନ ସମ୍ଭାଳିବେ ପଦ

ନୂଆଦିଲ୍ଲୀ, ୨୪।୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ତାଙ୍କ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି...

ଶରଦ ପାଓ୍ବାରଙ୍କ ଦଳ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଅଜିତଙ୍କ ସହ ଲଢିବାକୁ କାହାକୁ ମିଳିଲା ଟିକେଟ

ମୁମ୍ବାଇ,୨୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଗୁରୁବାର ଦଳ ପକ୍ଷରୁ ଦିଆଯାଇଥିବା ଘୋଷଣା ଅନୁଯାୟୀ...

ଖୁସି ହେଲେ ସରକାରୀ କର୍ମଚାରୀ, ୫୩ ପ୍ରତିଶତ ବଢିଲା DA

ଜୟପୁର,୨୪।୧୦: ଦୀପାବଳି ଏବଂ ଛଟ ପୂଜା ଭଳି ବଡ଼ ପର୍ବ ପାଖେଇ ଆସିଛି। ଏହି ସମୟରେ ପ୍ରତ୍ୟେକ ଘର ଆଜିକାଲି ପର୍ବ ପାଇଁ ପ୍ରସ୍ତୁତି ହେବାରେ...

ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ, ବଦଳିଯିବ ଗତିପଥ! ପଶ୍ଚିମବଙ୍ଗରେ ୧ଲକ୍ଷ ଲୋକଙ୍କୁ ନିଆଗଲା ସୁରକ୍ଷିତ ସ୍ଥାନ

କୋଲକାତା,୨୪।୧୦: ଘୂର୍ଣ୍ଣିବଳୟ ଦାନାର ବିପଦକୁ ଦୃଷ୍ଟିରେ ରଖି ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାର ବିଶେଷ ପ୍ରସ୍ତୁତି ଚଳାଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ...

କଂଗ୍ରେସର ବଡ଼ ହୃଦୟ, ସମାଜବାଦୀ ପାର୍ଟି ପାଇଁ ଛାଡିଦେଲା ସମସ୍ତ ଆସନ

ଲକ୍ଷ୍ନୌ,୨୪।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନରେ କଂଗ୍ରେସ ନିଜର ପ୍ରାର୍ଥୀ ଦେବ ନାହିଁ। ଏହା ଘୋଷଣା କରି ଉତ୍ତରପ୍ରଦେଶ କଂଗ୍ରେସ ରାଜ୍ୟ ଦାୟିତ୍ୱରେ ଥିବା...

ମା’, ଭଉଣୀଙ୍କ ବିରୋଧରେ କାହିଁକି କୋର୍ଟ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଅମରାବତୀ,୨୪।୧୦: ସେପ୍ଟେମ୍ବର ୨୦୨୪ରେ ଜଗନ ମୋହନ ରେଡ୍ଡୀଙ୍କୁ ଲେଖିଥିବା ଏକ ପତ୍ରରେ ତାଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଲା ସେମାନଙ୍କ ପିତା ପିତା ଓ୍ବାଇଏସ୍‌ ରାଜଶେଖରା ରେଡ୍ଡୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri