Posted inଫୁରସତ

ସାଧାରଣତନ୍ତ୍ର କ’ଣ ସର୍ବୋତ୍ତମ ଶାସନ

ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଭାଷାରେ ଗରିବ ଓ ଭୋକିଲା ଲୋକ ଯିଏ କାମ ବା ମଜୁରି ପାଏ ନାହିଁ ଏବଂ ଯାହାର ଜୀବନ ଦୁଃଖ ଓ ଦାରିଦ୍ର୍ୟର ଅବିରତ ସଂଗ୍ରାମ, ସେ କେବେ ବି ସମ୍ବିଧାନ ବା ଆଇନ ପାଇଁ ଗର୍ବିତ ହୋଇପାରିବ ନାହିଁ। ଏହି ଦୃଷ୍ଟିରୁ ଦେଖିଲେ ଭାରତର ସାଧାରଣତନ୍ତ୍ର କେତେ ସଫଳ ତାହା ବିଚାରଯୋଗ୍ୟ। ରାଷ୍ଟ୍ର ଗଠନର ମୂଳ ଉଦ୍ଦେଶ୍ୟ ବ୍ୟକ୍ତିର ଜୀବନକୁ ସରସ ସୁନ୍ଦର କରିବା, ବ୍ୟକ୍ତିକୁ ନିର୍ବିଘ୍ନରେ ସ୍ବାଧୀନତା ଉପଭୋଗ କରିବାକୁ ଦେବା ଓ ଏକ ନିରାପତ୍ତାର ବାତାବରଣ ସୃଷ୍ଟି କରିବା। କିନ୍ତୁ ଏବେ ଘଟୁଛି କ’ଣ ? ବେଳେବେଳେ ଗଣତନ୍ତ୍ର ନାମରେ ଅଗଣତାନ୍ତ୍ରିକ ବିଚାରଧାରାର ସୃଷ୍ଟି କରାଯାଉଛି ଓ ରାଜରାସ୍ତାରେ ରାଜନୈତିକ ହିଂସା ଓ ବିଦ୍ୱେଷର ପରିବେଶ ଦେଖୁବାକୁ ମିଳୁଛି। କ୍ଷମତାପାଇଁ ବିଭିନ୍ନ ଗୋଷ୍ଠୀ ଭିତରେ ସଂଘର୍ଷ ଘଟୁଛି, ଅର୍ଥ ଓ ବାହୁବଳ ଗଣତନ୍ତ୍ରକୁ କବଳିତ କରିବାକୁ ଚେଷ୍ଟା କରୁଛି। କିନ୍ତୁ ସମସ୍ତେ ଚୁପ, ନିର୍ବିକାର। ସାଧାରଣଜନତା କଥା ପଚାରେ କିଏ ? ସାଧାରଣତନ୍ତ୍ର ରାଷ୍ଟ୍ରରେ ବ୍ୟକ୍ତିର ସାର୍ବଭୌମ କ୍ଷମତାର ମୂଲ୍ୟ ଅର୍ଥହୀନ ହୋଇପଡୁଛି। ଭୋଟ ଦେଇଦେଲାପରେ ବ୍ୟକ୍ତିର ସାର୍ବଭୌମ କ୍ଷମତାକୁ ନିବୁଜ ପଞ୍ଜୁରିରେ ରଖିଦିଆଯାଉଛି। ଧାରଣା, ବିକ୍ଷୋଭ, ଅନଶନ ଓ ବିଭିନ୍ନ ଉପାୟ ଖୋଜୁଛି ସାଧାରଣଜନତା ତା’ର ସାର୍ବଭୌମତ୍ୱ ଜାହିର ପାଇଁ। ସେଇଥିପାଇଁ ରାଜନୀତିର ଦାର୍ଶନିକ ପ୍ଲାଟୋ ତାଙ୍କ ‘ରିପବ୍ଲିକ’ ପୁସ୍ତକରେ ଏକ ଆଦର୍ଶରାଷ୍ଟ୍ର ଅନ୍ବେଷଣ କରିଥିଲେ।

ଗଣତନ୍ତ୍ର, ଲୋକତନ୍ତ୍ର ଏସବୁ ସମର୍ଥବୋଧକ ଶବ୍ଦ, ଯେଉଁଠି ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଏ; ଯେଉଁଠି ସାଧାରଣଜନତା ତା’ର କ୍ଷମତା ଜାହିର କରି ଶାସକକୁ କ୍ଷମତାଚ୍ୟୁତ କରିଦେଇପାରେ। ସାଧାରଣତନ୍ତ୍ର ଶାସନ ରାଜତନ୍ତ୍ର, ସାମନ୍ତବାଦୀ ବା କମ୍ୟୁନିଜମ ଶାସନ ନୁହେଁ ? କିନ୍ତୁ କୌତୂହଳର ବିଷୟ ଏହି କି ଯେ ଯେଉଁଠି କ୍ଷମତାଥାଏ ସେଠି ସଂଭ୍ରାନ୍ତୀୟ ବା ରାଜତନ୍ତ୍ରର ଆଦବ କାଇଦା ବା ଚଳଣିର ଛାପ ଦେଖିବାକୁ ମିଳେ। ପୃଥିବୀର ବିଭିନ୍ନ ସାଧାରଣତନ୍ତ୍ର ରାଷ୍ଟ୍ରରେ କ୍ଷମତାଶୀଳ ବ୍ୟକ୍ତିଙ୍କର ଭୁଲ୍‌ ଯୋଗୁ ସେମାନଙ୍କୁ କ୍ଷମତା ହରାଇବାକୁ ପଡ଼େ। ବେଳେବେଳେ ଶାସକ କଠୋର ହେଲେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର କ୍ରୂରତାର ଶିକାର ହୁଏ। ଯେଉଁଠି କ୍ଷମତା ସେଇଠି ଅନର୍ଥ। କ୍ଷମତା ଉପଭୋଗ କରୁଥିବା ଲୋକଟି ଯଦି କ୍ଷମତାର ସନ୍ତୁଳନ ରକ୍ଷା ନ କରିପାରେ ତେବେ ସବୁ ଅସୁବିଧା ସୃଷ୍ଟି ହୁଏ। ସାଧାରଣତନ୍ତ୍ର ବା ଗଣତନ୍ତ୍ର ସେହିଠାରେ ଜୀବନ୍ତ, ଯେଉଁଠି ପ୍ରତି ମଣିଷ ସ୍ବାଧୀନଚେତା, ମଣିଷ ଭୟଶୂନ୍ୟ ଓ ସମ୍ମାନର ସହ ଜୀବନ ବିତାଏ; ଜାତି, ଶ୍ରେଣୀ, ବର୍ଣ୍ଣ, ଧର୍ମ, ବିଶ୍ୱାସ ଓ ଆଞ୍ଚଳିକତା ଭିତ୍ତିରେ ଭେଦଭାବ ସୃଷ୍ଟି କରାଯାଏ ନାହିଁ, ମଣିଷ ଏକ ସକାରାତ୍ମକ ପରିବେଷ୍ଟନୀରେ ବଞ୍ଚେ, ମଣିଷର ଅନ୍ତରାତ୍ମା ସତ୍ୟ ପରିପ୍ରକାଶ କରିବାରେ କୁଣ୍ଠାବୋଧ କରେନା, ସତ୍ୟକୁ ଦବାଯାଏ ନାହିଁ ବା ସତ୍ୟକୁ ପଦଦଳିତ କରାଯାଏ ନାହିଁ । ଭୟର ବାତାବରଣ ଏକ ଅଗଣତାନ୍ତ୍ରିକ ଧାରାର ସଂକେତ। ଯେଉଁଠି ଜନସାଧାରଣ ସ୍ବାଧୀନଭାବରେ ମତବ୍ୟକ୍ତ କରିବାର ଅଧିକାର ଉପଭୋଗ କଲାପରେ ବି ପାରିପାର୍ଶ୍ୱିକ ପରିବେଶ ବା ପରିବେଷ୍ଟନୀ ତାକୁ ବାଧ୍ୟକରେ ଏକ ନିର୍ଦ୍ଦିଷ୍ଟ ଦିଗରେ ତା’ର ମତବ୍ୟକ୍ତ କରିବାପାଇଁ, ସେତେବେଳେ ଅଧିକାର ଥାଇ ବି ମଣିଷ ତା’ର ସଦୁପଯୋଗ କରିପାରେନା ।

ସଚେତନତା ହିଁ ସାଧାରଣତନ୍ତ୍ରର କବଚ। ଯେଉଁ ଦେଶର ଜନସାଧାରଣ ଯେତେ ସଚେତନ ସେହି ଦେଶର ସାଧାରଣତନ୍ତ୍ର ବା ଗଣତନ୍ତ୍ର ସେତେ ସୁରକ୍ଷିତ ବା ମଜଭୁତ। ଶାସକକୁ ସମାଲୋଚନା କରିବା, ଅନ୍ୟାୟ ଓ ଅନୀତିକୁ ବିରୁଦ୍ଧାଚରଣ କରିବା ସାଧାରଣତନ୍ତ୍ର ରାଷ୍ଟ୍ରର ବିଶେଷତ୍ୱ। ଏକ ଦୃଢ଼ ବିରୋଧୀ ଦଳ ଏକ ସୁସ୍ଥ ସାଧାରଣତନ୍ତ୍ର ରାଷ୍ଟ୍ରର ପରିଚାୟକ ।
ଯେଉଁଠି ବିରୋଧ ନାହିଁ, ଯେଉଁଠି ନ୍ୟାଯ୍ୟ ଅଧିକାର ପାଇଁ ସ୍ବର ଉଠାଇଲେ ତାକୁ ଦମନ କରିଦିଆଯାଉଛି, ସେଠାରେ ସାଧାରଣତନ୍ତ୍ର ବା ଗଣତନ୍ତ୍ର ନାହିଁ। ସାଧାରଣତନ୍ତ୍ର ବା ଗଣତାନ୍ତ୍ରିକ ବ୍ୟବସ୍ଥା ଆଧୁନିକ ଯୁଗରେ ସବୁଠାରୁ ଭଲ ବ୍ୟବସ୍ଥା ଭାବେ ପରିଗଣିତ। କିନ୍ତୁ ଯେତେବେଳେ ସାଧାରଣ ମଣିଷ ବ୍ୟବସ୍ଥା ଭିତରେ ପେଷି ହୋଇଯାଉଛି, ବ୍ୟବସ୍ଥାର ଦ୍ୱାହିଦେଇ ଶାସକ ମାନବିକତାକୁ ପଦଦଳିତ କରୁଛି, ସାଧାରଣ ସ୍ବାର୍ଥ ବିରୁଦ୍ଧରେ ଯାଉଛି ସେତେବେଳେ ସାଧାରଣ ମଣିଷ କିଂକର୍ତ୍ତବ୍ୟମୂଢ଼ ହୋଇପଡୁଛି । ରୁଷୋଙ୍କ ମତରେ ଯେତେବେଳେ ରାଷ୍ଟ୍ର ସାମୂହିକ ଇଚ୍ଛା ବା ସ୍ବାର୍ଥ ବିରୁଦ୍ଧରେ ଯାଏ, ସେତେବେଳେ ରାଷ୍ଟ୍ର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଯଥାର୍ଥ।

ସାଧାରଣତନ୍ତ୍ର ରାଷ୍ଟ୍ରରେ ଏକ ସମ୍ବିଧାନ ଥାଏ, ଯାହା ଦେଶର ମୌଳିକ ଆଇନକୁ ଲିପିବଦ୍ଧ କରିଥାଏ I କିନ୍ତୁ ସାମ୍ବିଧାନିକ ଆଇନ ଅନମନୀୟ ନୁହେଁ। ଲୋକଙ୍କ ପରିବର୍ତ୍ତିତ ରୁଚି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମ୍ବିଧାନ ପରିବର୍ତ୍ତିତ ହୁଏ। କିନ୍ତୁ ଯଦି ଦଳୀୟ ରାଜନୀତିରେ ନ୍ୟସ୍ତସ୍ବାର୍ଥ ହାସଲ ପାଇଁ ସମ୍ବିଧାନକୁ ପରିବର୍ତ୍ତନ କରାଯାଏ, ସମ୍ବିଧାନର ମୌଳିକ ଢାଞ୍ଚାକୁ ପରିବର୍ତ୍ତନ କରିବାର ପ୍ରୟାସ କରାଯାଏ (୪୨ତମ ସମ୍ବିଧାନ ସଂଶୋଧନ ଭଳି ) ତାହା ଏକ ସାଧାରଣତନ୍ତ୍ର ରାଷ୍ଟ୍ର ପାଇଁ କ୍ଷତିକାରକ ହୋଇପାରେ। ଗଣତନ୍ତ୍ର ବା ସାଧାରଣତନ୍ତ୍ରକୁ ସର୍ବୋତ୍ତମ ଶାସନ ବ୍ୟବସ୍ଥା କୁହାଯାଉଛି ।

କିନ୍ତୁ ସାଧାରଣତନ୍ତ୍ର ଓ ଗଣତନ୍ତ୍ର ଆଜି ଦୋଛକିରେ ବା ଦିଗହରା ଭଳି ମନେହୁଏ। ସାଧାରଣତନ୍ତ୍ରର ସଫଳତା ପାଇଁ ଗୋଟିଏ ପରିବେଶ ଆବଶ୍ୟକ; ଯେଉଁଠି ଆଇନର ଶାସନ ଥିବ, ଯେଉଁଠି ସାଧାରଣ ମଣିଷର ସ୍ବାଧୀନତା ଓ ସମାନତା ଥିବ ଏବଂ ଜୀବନଧାରଣ କରିବାର ଅଧିକାର ଥିବ।
-ଡ. ମନୋରଞ୍ଜନ ମହାନ୍ତି
ମୋ- ୯୪୩୭୧୯୯୧୦୬


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri